ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୩୨ ଟଙ୍କା ହ୍ରାସ ପାଇଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୨ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି ।ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୩୨ ଟଙ୍କା ହ୍ରାସ ପାଇଛି କମର୍ସିଆଲ ଗ୍ୟାସ ଦର । ଏହାବ୍ୟତୀତ ମୁମ୍ବାଇରେ ୩୧.୫୦ ଏବଂ ଚେନ୍ନାଇ ୩୦.୫୦ ଟଙ୍କା ହ୍ରାସ କରାଯାଇଛି । ମୂଲ୍ୟ ହ୍ରାସ ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୭୯୫ ଟଙ୍କାରୁ ଖସି ୧୭୬୪.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୧୯୧୧ ଟଙ୍କା ପରିବର୍ତ୍ତେ ୧୮୭୯ ଟଙ୍କାରେ ଉପଲବ୍ଧ ହୋଇପାରିବ ।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
Prev Post