ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ
ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହିତ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁତ ଆଶା ଆକାଂକ୍ଷା ରହିଛି। ରାଜ୍ୟ ବଜେଟ୍ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜିଲ୍ଲା ସ୍ଥିତ ମେଡିକାଲ କଲେଜ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି।