ନୂଆବର୍ଷରେ ମୋଦୀ ସରକାର ଦେଶର ଗରିବ ଓ କୃଷକଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି । ଆସନ୍ତା ଏପ୍ରିଲ-ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ।ସୂଚନା ମୁତାବକ, ମୋଦୀ ସରକାର କୃଷକଙ୍କ ଆକାଉଣ୍ଟକୁ ଏଥର ୬ ହଜାର ବଦଳରେ ୮ ହଜାର ଟଙ୍କା ଟ୍ରାନ୍ସଫର କରିପାରନ୍ତି । ଖୁବଶୀଘ୍ର ପିଏମ କିଷାନ ଯୋଜନାର ଅର୍ଥରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି । ପୂର୍ବରୁ ହିତାଧିକାରୀଙ୍କୁ ୩ଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳୁଥିବା ବେଳେ ନୂଆ ଘୋଷଣା ହେଲେ ହିତାଧିକାରୀଙ୍କୁ ବର୍ଷକୁ ୮ ହଜାର ଟଙ୍କାର ଅର୍ଥରାଶି ମିଳିବ । ଆସନ୍ତା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନାର ୧୬ତମ କିସ୍ତି ଜାରି କରିପାରନ୍ତି ।ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ଗତ ବର୍ଷ ନଭେମ୍ବର ମାସ ୧୫ରେ କେନ୍ଦ୍ର ସରକାର ଏହି ଯୋଜନାର ୧୬ତମ କିସ୍ତି ଜାରି କରିଥିଲେ । ତେଣୁ ଏଥର କେନ୍ଦ୍ର ସରକାର ମଧ୍ୟ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ସେହିପରି ମହଙ୍ଗା ଭତ୍ତା (ଡିଏ)କୁ ନେଇ ମଧ୍ୟ କେନ୍ଦ୍ର ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଡିଏ ଓ ୧୮ ମାସର ବକେୟା ଡିଏ ଉପରେ ମଧ୍ୟ କିଛି ଘୋଷଣା ହୋଇପାରେ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post