ଦୀର୍ଘ ସମୟର ଅପେକ୍ଷା ପରେ ରୟାଲ୍ ଏନଫିଲ୍ଡ ଶେଷରେ ନିଜର ନୂଆ ହିମାଲୟାନ ଅର୍ଥାତ Himalayan 450 ଲଞ୍ଚ କରିଛି । ନୂଆ Himalayan 450ରେ କେବଳ ପାଓ୍ଵାରଫୁଲ ଇଞ୍ଜିନ ଦିଆଯାଇଛି ତାହା ନୁହେଁ ଏଥିରେ ଦମଦାର ଫିଚର ସହ ବଢ଼ିଆ ଡିଜାଇନ ବି ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ନୂଆ ରୟାଲ୍ ଏନଫିଲ୍ଡ ହିମାଲୟାନ 450ର ଦାମ୍ ଏବଂ ଏଥିରେ କଣ ଖାସ ରହିଛି । ଏହି ଆଡଭେନଚର ବାଇକର ଦାମ ଡିସେମ୍ବର ୩୧ ସୁଦ୍ଧା ୨.୬୯ ଲକ୍ଷ ରହିଛି ଏବଂ ଏହାର ଟପ୍ ମଡେଲ୍ ପାଇଁ ୨.୮୪ ଲକ୍ଷ ଏକ୍ସ-ଶୋ’ରୁମ୍ ମୂଲ୍ୟ ରଖାଯାଇଛି ।ରୟାଲ୍ ଏନଫିଲ୍ଡ ହିମାଲୟାନ 450 ଇଞ୍ଜିନ୍ :
ଏହି ବାଇକରେ ଦିଆଯାଇଥିବା ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, ଅପଡେଟ୍ ହୋଇଥିବା ରୟାଲ୍ ଏନଫିଲ୍ଡ ହିମାଲୟାନରେ ଏକ ନୂଆ 452 ସିସି ଲିକ୍ୱିଡ-କୁଲ୍ଡ DOHC ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ ଦିଆଯାଇଛି । ଯାହାକି ୮,୦୦୦ rpm ରେ ୩୯.୫ hp ର ମ୍ୟାକ୍ସିମମ୍ ପାଓ୍ଵାର ଏବଂ ୫,୫୦୦ rpmରେ ୪୦ NMର ପିକ୍ ଟର୍କ ଜେନେରେଟ କରେ । ଯାହା ଆସିଷ୍ଟ ଏବଂ ସ୍ଲିପର୍ କ୍ଲଚ୍ ସହିତ 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post