ମୁମ୍ବାଇରେ ଆଇଏନ୍‌ଏସ୍‌ ଟାୱାର ଉଦ୍‌ଘାଟିତ

ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଆଇଏନ୍‌ଏସ୍‌ ଟାୱାରକୁ ଆଜି ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତି‌ରେ ଏହି ନୂଆ କାର୍ଯ୍ୟାଳୟ ଆଇଏନ୍‌ଏସ୍‌ ସଦସ୍ୟମାନଙ୍କର ଆବଶ୍ୟକତାକୁ ଉତ୍ତମଭାବେ ପୂରଣ କରିବ। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୫ ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିରେ ଖବରକାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଇଏନ୍‌ଏସ୍‌ ସ୍ବାଧୀନତା ପୂର୍ବରୁ ଗଠନ ହୋଇଛି। ‌ଏହି ସଂସ୍ଥା କେବଳ ଦେଶର ଉତ୍‌ଥାନ ଓ ପତନକୁ ଦେଖିନାହିଁ।