ମୋଦି ସରକାର ଯୋଗାଇବେ ଶସ୍ତା ଅଟା-ଚାଉଳ

ଭାରତ ସରକାର ପୁଣି ଶସ୍ତା ଚାଉଳ, ଅଟା ଯୋଗାଇଦେବେ । ଭାରତ ବ୍ରାଣ୍ଡ ଅନ୍ତର୍ଗତ ଚାଉଳ, ଅଟା ଏବଂ ଡାଲିର ଖୁଚୁରା ବିକ୍ରି ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ  ଅଟା ଏବଂ ଚାଉଳ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ବ୍ୟାଗରେ ବିକ୍ରି ହେବ। ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ଖୁଚୁରା ବିକ୍ରୟ ପାଇଁ  ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ  ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ  ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ରଥମରୁ ମଧ୍ୟ ଏହି ଭଳି ସରକାର ଯୋଗାଇ ଦେଉଥିଲେ ।