ମିଟ୍‌ ରିଜ୍‌ଟା ପ୍ରୋଗ୍ରାମ

ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମିଟ୍‌ ରିଜ୍‌ଟା’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଥର୍‌ର କମ୍ୟୁନିଟି ସଦସ୍ୟ ଇଲେକ୍‌ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍‌ଟା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫାମିଲି ସ୍କୁଟର ରିଜ୍‌ଟା ଓ ଅଭିନବ ହାଲୋ ହେଲ୍‌ମେଟର ଉନ୍ମୋଚନ କରାଯାଇଥିଲାବେଳେ ୪୦ଟି ରିଜ୍‌ଟା ଫାମିଲି ସ୍କୁଟର ଡେଲିଭରି ମଧ୍ୟ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏଥର୍‌ର ଏକ୍ସପେରିଏନ୍ସ ଜୋନ୍‌କୁ ଅନ୍ବେଷଣ କରିବା ପାଇଁ ସୁଯୋଗ ମିଳିଥିଲା। ଏ ସମ୍ପର୍କରେ ଏଥର୍‌ ଏନର୍ଜିର ସିବିଓ ରବନିତ ସିଂହ ଫୋକେଲା କହିଛନ୍ତି, ଓଡ଼ିଶା ଆମ ପାଇଁ ଏକ ପ୍ରମୁଖ ବଜାର ହୋଇଥିଲାବେଳେ ଆମେ ନୂତନ ମଡେଲର ଶୁଭାରମ୍ଭ ସହିତ ୪୦ଟି ରିଜ୍‌ଟା ଫାମିଲି ସ୍କୁଟର ଡେଲିଭରି କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭୁବନେଶ୍ୱର ପରିବାର ଉପରେ ଗୁରୁତ୍ୱ ଦେଉଥିବା ଏକ ବଜାର ହୋଇଥିବାବେଳେ ବର୍ତ୍ତମାନ ଆମର ପ୍ରଥମ ଫାମିଲି ସ୍କୁଟର ରିଜ୍‌ଟା ସହିତ ଆମେ ଏକ ବଡ ସେଗ୍‌ମେଣ୍ଟ୍‌ର ଆବଶ୍ୟକତା ପୂରଣ କରୁଛୁ।