ମାଳଦ୍ବୀପକୁ କମୁଛନ୍ତି ଭାରତୀୟ ପର୍ଯ୍ୟଟକ

ଭାରତ ଓ ମାଳଦ୍ବୀପ ମଧ୍ୟରେ କୂଟନୈତିକ ବିବାଦ ୨୦୨୩ ନଭେମ୍ବରରୁ ଆରମ୍ଭ ହୋଇଛି ଯେତେବେଳେ ଚୀନ ସପକ୍ଷବାଦୀ ନେତା ମହମଦ ମୁଇଜୁ ଦେଶର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କଲେ। ଦେଶର ସାର୍ବଭୌମତ୍ବ ରକ୍ଷା କରିବା ପାଇଁ ସେ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ଦାବିକଲେ। ଏଥିସହିତ ପରମ୍ପରା ଭଙ୍ଗ କରି ରାଷ୍ଟ୍ରପତି ଭାବେ ପ୍ରଥମ ବିଦେଶ ଗସ୍ତ ଭାରତକୁ ନକରି ଚୀନ ଗସ୍ତରେ ଗଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଲକ୍ଷଦ୍ବୀପରେ ବେଳାଭୂମି ପର୍ଯ୍ୟଟନର ବିକାଶ ପାଇଁ ଯେତେବେଳେ ଆହ୍ବାନ ଦେଲେ ସେତେବେଳେ ମାଳଦ୍ବୀପର ୩ ଜଣ ଉପମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେବାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହେଲା। ଅନ୍ୟପକ୍ଷରେ ଚୀନ ସହିତ ମୁଇଜୁ ସଂପର୍କ ବଢ଼ାଇବା ପରେ ଚୀନର ପର୍ଯ୍ୟଟକ ସଂଖ୍ୟା ସେଠାକୁ ବୃଦ୍ଧି ପାଇଛି।