ମାନ୍ୟତା ହରାଇଛି ଆପଲ୍‌

ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା। ମାଇକ୍ରୋସଫ୍ଟର ମୂଲ୍ୟ ୨.୮୭୫ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ବେଳେ ଆପଲ୍‌ର ମୂଲ୍ୟ ୨.୮୭୧ ଲକ୍ଷ କୋଟି ଡଲାରକୁ ହ୍ରାସ ପାଇଛି। ୨୦୨୧ ପରେ ପ୍ରଥମ ଥର ପାଇଁ ଆପଲ୍‌ର ବଜାର ମୂଲ୍ୟ ଏଭଳି ସ୍ତରକୁ ଖସିଛି।