ଆଜିଠାରୁ କମ୍ପାନୀଗୁଡ଼ିକ ନୂଆ ଦର ଲାଗୁ କରିବା ସହ ମୋବାଇଲ୍ ରିଚାର୍ଜ ପ୍ଲାନ୍ଗୁଡ଼ିକ ମହଙ୍ଗା ହେବ ବୋଲି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପ୍ରମୁଖ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀଗୁଡିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନୂଆ ପ୍ଲାନ୍ ଆରମ୍ଭ କରିଛନ୍ତି। ଏହି ବୃଦ୍ଧି ପରେ ଗ୍ରାହକଙ୍କ ଉପରେ ଖର୍ଚ୍ଚର ଭାର ବଢ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ବିଶେଷକରି ଯୁବପିଢ଼ିଙ୍କ ଚିନ୍ତା ବଢ଼ିଯାଇଛି।ଇଟିର ଏକ ରିପୋର୍ଟ ଅନୁଯାୟୀ, ଶୁଳ୍କ ବୃଦ୍ଧି ପରେ ବାର୍ଷିକ ଅତିରିକ୍ତ ୪୭,୫୦୦ କୋଟି ଟଙ୍କା ଗ୍ରାହକଙ୍କ ଖର୍ଚ୍ଚ ବଢ଼ିବା ସମ୍ଭାବନା ରହିଛି। ନିକଟରେ ଟେଲିକମ୍ କମ୍ପାନୀଗୁଡିକ ଦେଶର ଗ୍ରାହକଙ୍କୁ ୫ ଜି ନେଟ୍ୱର୍କ ଯୋଗାଇବା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ଯଦି କମ୍ପାନୀଗୁଡିକ ପ୍ରତି ଉପଭୋକ୍ତାଙ୍କଠାରୁ ହାରାହାରି ୧୫ରୁ ୧୭ ପ୍ରତିଶତ ଦେୟ ବୃଦ୍ଧି କରିଥାନ୍ତେ, ତେବେ ମଧ୍ୟ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭାଂଶ ପାଇପାରିବେ ବୋଲି ବିଶେଷଜ୍ଞମାନଙ୍କର ମତ ରହିଛି। ରିଲାଏନ୍ସ ଜିଓ ଏବଂ ଏୟାରଟେଲର ୫ଜି ସେବା ପାଇବା ପାଇଁ ପୂର୍ବ ଅପେକ୍ଷା ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜିଓ ଗ୍ରାହକମାନଙ୍କୁ ୫-ଜି ସେବା ପାଇଁ ପୂର୍ବ ଅପେକ୍ଷା ୪୬ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ ଏହି ଖର୍ଚ୍ଚ ୭୧ ପ୍ରତିଶତରୁ ଅଧିକ। ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨ ଜିବି ଡାଟା ପାଇଁ ୩୪୯ ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ଗ୍ରାହକମାନେ ୨୩୯ ଟଙ୍କା ବେସ୍ ପ୍ୟାକ୍ ଉପରେ ପ୍ରତିଦିନ ୧.୫ ଜିବି ଡାଟା ପାଇପାରୁଥିଲେ। ଯେଉଁଠାରେ ଏୟାରଟେଲ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨.୫ ଜିବି ଡାଟା ପାଇଁ ୪୦୯ ଟଙ୍କା ଦେବାକୁ ପଡିବ। ପୂର୍ବରୁ ଗ୍ରାହକଙ୍କୁ ୧.୫ ଜିବି ଡାଟା ପାଇଁ ମାତ୍ର ୨୩୯ ଟଙ୍କା ଦେବାକୁ ପଡୁଥିଲା।୨୦୨୧ ଡିସେମ୍ବରରୁ ମୋବାଇଲ ଟେଲିକମ୍ କମ୍ପାନୀଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନ ଥିଲେ। ଗୋଲ୍ଡମ୍ୟାନ ସ୍ୟାଚ୍ଙ୍କ ଆକଳନ ଅନୁଯାୟୀ, ଜିଓ ତାରିଫ୍ ପ୍ଲାନ୍ ଶୁଳ୍କ ବଢ଼ାଇବାକୁ ନିଷ୍ପତ୍ତି ନେବା ପରେ ପ୍ରତ୍ୟେକ ଉପଭୋକ୍ତାଙ୍କ ଖର୍ଚ୍ଚ ହାରାହାରି ୧୭ ପ୍ରତିଶତ ବୃଦ୍ଧି ହେବା ସମ୍ଭାବନା ରହିଛି। ଏୟାରଟେଲ ଏହାର ମୋବାଇଲ ଶୁଳ୍କ ଯୋଜନାକୁ ୧୧ ରୁ ୨୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଭୋଡାଫୋନ ଏବଂ ଆଇଡିଆ ମଧ୍ୟ ସେମାନଙ୍କ ଶୁଳ୍କ ଯୋଜନାକୁ ୧୦ ରୁ ୨୩ ପ୍ରତିଶତକୁ ବୃଦ୍ଧି କରିଛନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି