ଭାରତୀୟ ମୁଦ୍ରା ଟଙ୍କା ଆଜି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ୮୩ ଟଙ୍କା ୩୩ ପଇସା ଗଣିବାକୁ ପଡ଼ୁଛି। ଗତ ଏକ ବର୍ଷ ଭିତରେ ଡଲାରର ଏହା ହେଉଛି ସର୍ବୋଚ୍ଚ ଦାମ୍। ଶେଷ ଥର ଲାଗି ଗତବର୍ଷ ଅକ୍ଟୋବରରେ ଡଲାର ଏଭଳି ଶକ୍ତିଶାଳୀ ସ୍ତରରେ ଥିଲା। ବିଦେଶୀ ନିବେଶକମାନେ ଭାରତରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବା ଟଙ୍କା ଦୁର୍ବଳ ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଷ୍ଟକ୍ ବଜାର କାରବାର ଅସ୍ଥିର ରହିବା ଏବଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ମଧ୍ୟ ଟଙ୍କାକୁ ଦୁର୍ବଳ କରିବାରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେୟାରଖାନ୍ର ରିସର୍ଚ୍ଚ ଆନାଲିଷ୍ଟ୍ ଅନୁଜ ଚୌଧୁରୀଙ୍କ ମତରେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇ ୮୩ ଟଙ୍କା ୬୦ ପଇସା ଭଳି ସ୍ତରକୁ ଖସିବ। ଡଲାର ତୁଳନାରେ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ବୈଦେଶିକ ମୁଦ୍ରାର ଏକ ବିଶାଳ ଭଣ୍ଡାର ରହିଛି ଯାହା ବିଶ୍ବର ଅନ୍ୟତମ ବୃହତ୍ତମ। ବଜାରରେ ଡଲାର ମହଙ୍ଗା ହେଲେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ତାହାକୁ କମ୍ ଦାମ୍ରେ ଉପଲବ୍ଧ କରାଇଥାଏ ଯାହା ଫଳରେ ଡଲାର ମୂଲ୍ୟରେ ସୁଧାର ହୁଏ। ତେଣୁ ଟଙ୍କାକୁ ସବଳ କରିବା ଲାଗି ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିବ ବୋଲି କୁହାଯାଇପାରେ।
Trending
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
Prev Post
Next Post