ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହ୍ରାସ ସଙ୍କେତ ଦେବା ପରେ ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଗୁରୁବାର ୫୪୦ ପଏଣ୍ଟ ବୃଦ୍ଧି ପାଇ ୭୨,୬୪୧ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୭୨ ପଏଣ୍ଟ ବୃଦ୍ଧି ପାଇ ୨୨,୦୧୧ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତି ୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।ପୂର୍ବ ଚାରିଟି କାରବାର ଦିନରେ ନିବେଶକଙ୍କ ଯେଉଁ କ୍ଷତି ହୋଇଥିଲା, ଗୁରୁବାର ଗୋଟିଏ ଦିନରେ ତାହା ଭରଣା ହୋଇଛି। ଆଜି ଜାପାନ, ଦକ୍ଷିଣ କୋରିଆ ଓ ହଂକଂଙ୍କ ସେୟାର ବଜାର ମଧ୍ୟ ବଢ଼ିଛି।