ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ପ୍ରଶଂସା

ନୂଆଦିଲ୍ଲୀ: ଭାରତର ସଭାପତିତ୍ବରେ ଜି୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଓ ଘୋଷଣାନାମାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିବାକୁ ବିଶ୍ବବ୍ୟାଙ୍କର ମୁଖ୍ୟ ଅଜୟ ବାଙ୍ଗା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମିଳନୀକୁ ଗୋଟିଏ କଥା  ହୋଇଛି ଯେ ଦେବା ଓ ନେବା ଏବଂ ମୁଲଚାଲ କରିବା ଲାଗି ଜି୨୦ ନେତୃବୃନ୍ଦ ଏକ ବାଟ ପାଇଛନ୍ତି। ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କ ଗୋଟିଏ ମଞ୍ଚରେ ଏକତ୍ରୀତ ହେବା ସାରା ବିଶ୍ବ ଦେଖିଲା। ଆହ୍ବାନ ସଦାସର୍ବଦା ରହିଥିଲା। କିନ୍ତୁ ସହମତି ହାସଲ କରି ସାରା ବିଶ୍ବକୁ ଭାରତ ବାଟ ଦେଖାଇଛି ବୋଲି ଶ୍ରୀ ବାଙ୍ଗା କହିଛନ୍ତି। ସେ କହିଲେ ଗୋଟିଏ କୋଠରିରେ ଏକତ୍ରୀତ ହୋଇଥିବା ଦେଶଗୁଡ଼ିକ ଅଧୀନରେ ବିଶ୍ବ ଅର୍ଥନୀତିର ୮୦ ପ୍ରତିଶତ ରହିଛି।