ପୁଣି ଥରେ ଭାରତ ବଜାରକୁ ପ୍ରବେଶ କରିବ ଆମେରିକୀୟ କାର୍ କମ୍ପାନି ଫୋର୍ଡ ଉପରେ ବିଚାର କରୁଛି। କିନ୍ତୁ ଏଥର ନୂଆ ରଣନୀତି ସହ ଆସିବ। କମ୍ପାନି ଇଲେକ୍ଟ୍ରିକ କାର୍ ଆଣିବା ଯୋଜନା ରହିଛି। ଫୋର୍ଡର ସିଇଓ ଜିମ୍ ଫାରଲେ ଏବଂ ଗ୍ଲୋବାଲ କମ୍ପାନି ମୁଖ୍ୟାଳୟରେ ଭାରତରେ ପୁନଃପ୍ରବେଶର ଆର୍ଥିକ ଲାଭ ଓ କ୍ଷତି ଦିଗ ଉପରେ ବିଚାରବିମର୍ଶ କରୁଛନ୍ତି।୨୦୨୧ ମସିହାରେ କମ୍ପାନି ଭାରତ ଛାଡ଼ିଥିଲା। କିନ୍ତୁ ବର୍ତ୍ତମାନ ପୁଣି ଭାରତକୁ ପ୍ରବେଶ କରିବାକୁ ଯୋଜନା କରୁଛି। ଭାରତରେ କାର୍ ଉତ୍ପାଦନ କରି ଭାରତରେ ବିକ୍ରି କରିବା ଏବଂ ବିଦେଶକୁ ରପ୍ତାନି କରିବା ଯୋଜନା ଏହାର ରହିଛି। ତେବେ କମ୍ପାନି ଏ କ୍ଷେତ୍ରରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ପୂର୍ବରୁ ଫୋର୍ଡ ଭାରତରେ ୨ ବିଲିଅନ ଡଲାରରୁ ଅଧିକ ନିବେଶ କରିଥିଲା। ଇକୋସ୍ପୋର୍ଟ ଏବଂ ଫିଗୋ ଭଳି ମଡେଲ ବିଶେଷ ସଫଳତା ହାସଲ କରିଥିଲା। ପାଶ୍ଚତ୍ୟ ବଜାରରେ ସ୍ଥାଣୁତା ଆସିଯାଇଥିବାରୁ ଭାରତ ବର୍ତ୍ତମାନ ବଡ଼ ବଜାର ବୋଲି କମ୍ପାନି ବିଶ୍ବାସ କରୁଛି। ଭାରତର ସମ୍ଭାବ୍ୟ କ୍ରେତାଙ୍କ ମଧ୍ୟରେ ଫୋର୍ଡ ବ୍ରାଣ୍ଡ୍ ସୁପରିଚିତ ଥିବାରୁ ଏହି ବଜାର ବାହାରେ ରହିବା ଠିକ୍ ହେବ ନାହିଁ ବୋଲି କମ୍ପାନି ଅଧିକାରୀମାନେ ଚିନ୍ତା କରୁଛନ୍ତି। ଭାରତରେ ପୁନଃପ୍ରବେଶ ଯୋଜନାକୁ ଯଦି ମଞ୍ଜୁରି ମିଳେ ତାହେଲେ ଚେନ୍ନାଇ ପ୍ଲାଣ୍ଟର ବ୍ୟାପକ ପରିବର୍ତ୍ତନ ହେବ। ଆଇନଗତ ପ୍ରକ୍ରିୟା ସହ ନୂଆ ଯନ୍ତ୍ରାଂଶ ସ୍ଥାପନ କରାଯିବ। ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ ଫୋର୍ଡର ଚେନ୍ନାଇ କାରଖାନାକୁ ବିକ୍ରି ନେଇ ହୋଇଥିବା ରାଜିନାମାରୁ ଓହରିବା ନିଷ୍ପତ୍ତି ଆମେରିକୀୟ କମ୍ପାନି ଭାରତକୁ ଫେରିବାର ଆଭାସ ମିଳିଥିଲା। ଯଦି ଭାରତରେ ପୁନଃ ପ୍ରବେଶକୁ ଅନୁମତି ମିଳେ ତାହେଲେ ଫୋର୍ଡ ଚେନ୍ନାଇ କାରଖାନାରୁ କାର୍ ଉତ୍ପାଦନ ପାଇଁ ୧ ବର୍ଷ ସମୟ ନେଇପାରେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post