ବ୍ୟାଙ୍କ ଅଫ ଇଣ୍ଡିଆର ଷ୍ଟାର କିସାନ ଘର ଯୋଜନା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆ ବର୍ଷ ଚାଷୀଙ୍କ ପାଇ ବ୍ୟାଙ୍କ ଅଫ ଇଣ୍ଡଆ ଆଣି ଦେଇଛି ନୂଆ ଅଫର । ବ୍ୟାଙ୍କ ଚାଷୀଙ୍କ ସୁବିଧା ପାଇ ଆଣିଛି ଷ୍ଟାର କିସାନ ଘର ନାମକ ସ୍ୱତନ୍ତ୍ର ଋଣ ଯୋଜନା ।ଏହି ଯୋଜାନା ମାଧ୍ୟମରେ ଚାଷୀ ମାନେ ନିଜ ଘର ତିଆରି କରିପାରିବା ସହ ଘରକୁ ମରାମତି ମଧ୍ୟ କରିପାରିବେ । ଏହି ସବୁ ପାଇ ବ୍ୟାଙ୍କ ସ୍ୱଳ୍ପ ସୁଧ ହାର ଉପଲବ୍ଧ କରୁଛି । ଏହି ଋଣକୁ ପରଶୋଧ କରିବା ପାଇ ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ସମୟ ମଧ୍ୟ ଦିଆଯିବ । ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକମାନଙ୍କୁ ଏହି ସ୍ୱତନ୍ତ୍ର ଯୋଜନାର ଲାଭ ମିଳିବ।
ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜବରଦସ୍ତ ସୁବିଧା ଦେଉଛି। ଏହି ଯୋଜନାର ଫାଇଦା କେବଳ କିଛି ହିଁ ଚାଷୀ ଉଠାଇ ପାରିବେ। ଯେଉଁ ଚାଷୀମାନଙ୍କୁ ନିଜ ଚାଷଜମିରେ ଫାର୍ମ ହାଉସ୍ ନିର୍ମାଣ କରିବାକୁ ଅଛି କିମ୍ବା ନିଜ ଘରର ମରାମତି କିମ୍ବା ଏହାର ନବୀକରଣ କରିବାକୁ ଅଛି, ସେହି ଚାଷୀମାନେ ହିଁ ଏହାର ଲାଭ ଉଠାଇ ପାରିବେ। ଏବେ ଚାଷୀମାନଙ୍କ ପାଇଁ ତାଙ୍କ ସ୍ୱପ୍ନର ଘର ନିର୍ମାଣ କରିବା ଅତି ସହଜ ହୋଇ ଯାଇଛି। ଏଥିରେ ଚାଷୀମାନଙ୍କୁ ୮.୫ ପ୍ରତିଶତ ସୁଧ ହାରରେ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ମିଳିବ। ଏହାକୁ ପରିଶୋଧ କରିବା ପାଇଁ ୧୫ ବର୍ଷ ପର୍ୟ୍ୟନ୍ତ ସମୟ ଦିଆଯିବ।
ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ଯୋଜନାର ଲାଭ କେବଳ କେସିସି ଆକାଉଣ୍ଟ ଥିବା ଚାଷୀମାନେ ଉଠାଇ ପାରିବେ। ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ଚାଷୀଙ୍କୁ ନୂଆ ଫାର୍ମ ହାଉସ୍ କିମ୍ବା ଘର ନିର୍ମାଣ ପାଇଁ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ସୁବିଧା ଦିଆଯିବ। ଏହା ବ୍ୟତୀତ ବର୍ତ୍ତମାନର ଘର ମରାମତି କିମ୍ବା ନବୀକରଣ କାର୍ୟ୍ୟ କରେଇବା ପାଇଁ ଚାଷୀଙ୍କୁ ୧ରୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ। ଏହି ଯୋଜନାରେ କୃଷକମାନଙ୍କୁ ଆଇଟି ରିଟର୍ଣ୍ଣ ଦେବାର କୌଣସି ଆବଶ୍ୟକ ପଡ଼ିବ ନାହିଁ।