ବନ୍ଦ ରହିବ ବ୍ୟାଙ୍କ୍‌

ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ଛୁଟି ତାଲିକା ଅନୁଯାୟୀ ମେ ୨୦ରେ ହେବାକୁ ଥିବା ୫ମ ପର୍ଯ୍ୟାୟ ମତଦାନ ପାଇଁ ମୁମ୍ବାଇ, ଲକ୍ଷ୍ନୌ ଏବଂ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସ ବ୍ୟାଙ୍କ ଆହୁରି ୪ ଦିନ ଛୁଟି ରହିବ ।ମେ ୨୦- ୫ମ ପର୍ଯ୍ୟାୟ ମତଦାନ ପାଇଁ ମହାରାଷ୍ଟ୍ର, ଲକ୍ଷ୍ନୌ ଏବଂ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ ।