ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍କା ଟକା ପାଇଛନ୍ତି। ସରକାରୀ ତୈଳ ଏବଂ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଖୁସିର କଥା କି ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇନାହିଁ।ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି। ସିଲିଣ୍ଡିର ପିଛା ୩୯ ଟଙ୍କା ବଢ଼ିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ୧୯ କିଲୋଗ୍ରାମ କମର୍ସିଆଲ ବା ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୮-୯ ଟଙ୍କା ବୃଦ୍ଧି କରାଯାଇଥିଲା। ଅର୍ଥାତ୍ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି।ଦର ବୃଦ୍ଧି ପରେ ଆଜିଠାରୁ କୋଲକାତାରେ ୧୮୦୨.୫୦ ପଇସାରେ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧ ହେବ। ସେହିପରି ମୁମ୍ବାଇର ଲୋକଙ୍କୁ ବର୍ତ୍ତମାନ ଏହି ବଡ଼ ସିଲିଣ୍ଡର ପାଇଁ ୧୬୪୪ ଟଙ୍କା ଦେବାକୁ ପଡ଼ିବ ଏବଂ ଚେନ୍ନାଇରେ ଏହାର ମୂଲ୍ୟ ବର୍ତ୍ତମାନ ୧୮୫୫ ଟଙ୍କାରେ ବିକ୍ରି ହେବ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post