୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ । ବଜେଟରେ ସରକାରଙ୍କ ଆୟ କିପରି ହେବ ଏବଂ ଏହା କେଉଁଠି ଖର୍ଚ୍ଚ ହେବ, ତାହା ଉପରେ ସରକାର ଟିପ୍ପଣୀ ଦେଇଥାନ୍ତି । ସରକାର କହିଛନ୍ତି ଯେ, ୨୦୨୪-୨୫ରେ ସରକାର ମୋଟ ୪୭.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି ।ତେବେ ଏହି ଟଙ୍କା ମଧ୍ୟରେ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କେବଳ ଟାକ୍ସ ଏବଂ ଅନ୍ୟ କ୍ଷେତ୍ରରୁ ହୋଇପାରିବ । କିନ୍ତୁ ବାକି ସମସ୍ତ ଖର୍ଚ୍ଚ ପୂରଣ କରିବା ପାଇଁ ଋଣ କରିବେ ସରକାର । ସରକାରଙ୍କ ଆମଦାନୀ ଟାକ୍ସ ଏବଂ ଡ୍ୟୁଟିରୁ ହୋଇଥାଏ । କିନ୍ତୁ ଏହାର ଖର୍ଚ୍ଚ ବିଭିନ୍ନ ସରକାରୀ ଯୋଜନା, ରାଜ୍ୟକୁ ଦେବା, ପେନସନ, ସବସିଡି ଏବଂ ଡିଫେନ୍ସ ଉପରେ ହୋଇଥାଏ । ଯଦି ସରକାର ୧ ଟଙ୍କା ରୋଜଗାର କରନ୍ତି, ତେବେ ଏହାର ୨୮ ପଇସା ଋଣ ହେବ, ୧୯ ପଇସା ଇନକମ ଟାକ୍ସ ଏବଂ ୧୮ ପଇସା ଜିଏସଟିରୁ ମିଳିଥାଏ । ୧୭ ପଇସା କର୍ପୋରେସନରୁ ଆସୁଥିବା ବେଳେ ୫ ପଇସା ଏକ୍ସାଇଜ ଡ୍ୟୁଟି ଏବଂ ୪ ପଇସା କଷ୍ଟମରୁ ମିଳିପାରିବ । ତେବେ ବାକି ଟଙ୍କା ନନ୍-ଡେଟ୍ କ୍ୟାପିଟାଲ ଏବଂ ନନ୍-ଟାକ୍ସ ରିସିପ୍ଟରୁ ପାଇପାରିବେ ସରକାର ।ରୋଜଗାରର ୨୦ ପଇସା ସରକାର ଋଣ ସୁଧ ସୁଝିବାରେ ଖର୍ଚ୍ଚ କରିବେ ସରକାର । ୨୦ ପଇସା ରାଜ୍ୟ ଗୁଡ଼ିକୁ ପ୍ରଦାନ କରାଯିବ, ୧୬ ପଇସା କେନ୍ଦ୍ରର ଯୋଜନା ଏବଂ ୮ ପଇସା କେନ୍ଦ୍ର ପାୟୋଜିତ ଯୋଜନା ଉପରେ ଖର୍ଚ୍ଚ ହେବ । ଏହାବ୍ୟତୀତ ଆୟୋଗ ଏବଂ ଡିଫେନ୍ସ ଉଭୟ କ୍ଷେତ୍ର ପାଇଁ ସରକାର ନିଜ ଆୟର ୮ ପଇସା ଲେଖାଏଁ ଖର୍ଚ୍ଚ କରିବେ । ୬ ପଇସା ସବସିଡି ଏବଂ ୪ ପଇସା ପେନସନ ଉପରେ ଖର୍ଚ୍ଚ କରାଯିବ । ତେବେ ବର୍ତ୍ତମାନ ମୋଦୀ ସରକାର ମଧ୍ୟ ଏହି ଅନୁସାରେ ଆୟ ଏବଂ ଖର୍ଚ୍ଚ କରିବେ ।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ