ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି, ମଇଦା ଆଦିର ଦାମ୍ ମହଙ୍ଗା ହୋଇଛି। ଆଳୁ, ପିଆଜ, ଅଦା, ରସୁଣ ସମେତ କଞ୍ଚା ପରିବା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ହରଡ଼ ଡାଲି ମୂଲ୍ୟ ଇତିମଧ୍ୟରେ ସର୍ବାଧିକ ବୃଦ୍ଧି ଘଟିଛି। ଗତ ମାସକ ମଧ୍ୟରେ କିଲୋଗ୍ରାମ ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଘଟି ହରଡ଼ ଡାଲି ମୂଲ୍ୟ ପାଇକାରୀ ବଜାରରେ ୧୬୦ରୁ ୧୭୦ ଟଙ୍କା ସ୍ତରରେ ପହଞ୍ଚିଛି। ଏହାଫଳରେ ଖୁଚୁରା ବଜାରରେ ହରଡ଼ ଡାଲି ମଧ୍ୟ ୧୮୦ ଟଙ୍କା ଭଳି ଉଚ୍ଚସ୍ତରରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ମୂଲ୍ୟ କିଲୋଗ୍ରାମ ପିଛା ୭୪ ଟଙ୍କାରୁ ବୃଦ୍ଧି ପାଇ ୮୨ ଟଙ୍କା ଛୁଇଁଛି। ବିରି ଡାଲି କିଲୋଗ୍ରାମ ପିଛା ୫ରୁ ୬ ଟଙ୍କା ବଢ଼ିଛି। ମସୁର ଡାଲି ୫ ଟଙ୍କା ବଢ଼ି ୭୫ ଟଙ୍କାରେ ପହଞ୍ଚିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post