ଜୁନ୍ ୪ରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଶାସନ ଭାର ମିଳିଛି। ଏଥି ସହିତ ଭାରତରୁ ମୁହଁ ଫେରାଇଥିବା ବିଦେଶୀ ନିବେଶକମାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇଛି।ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ଜୁନ୍ ୨୧ ସୁଦ୍ଧା ଭାରତୀୟ ଷ୍ଟକ୍ ବଜାରରେ ୧୨,୧୭୦ କୋଟି ଟଙ୍କା ନିବେଶ କରିଛନ୍ତି। ଚଳିତ ମାସର ପ୍ରଥମ ସପ୍ତାହରେ ସେମାନେ ୧୪,୭୯୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଦ୍ବିତୀୟ ସପ୍ତାହ ବେଳକୁ ସେଥିରେ ସୁଧାରର ସଙ୍କେତ ସ୍ପଷ୍ଟ ବାରି ହୋଇପଡ଼ିଥିଲା। କାରଣ ସେହି ସପ୍ତାହରେ ସେମାନେ ୩୦୬୪ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ଜାନୁଆରିରେ ବିଦେଶୀ ନିବେଶକମାନେ ୨୫,୭୭୪ କୋଟି ଟଙ୍କା, ଏପ୍ରିଲ୍ରେ ୮,୬୭୧ କୋଟି ଟଙ୍କା ଏବଂ ମେ’ରେ ସର୍ବାଧିକ ୨୫,୫୮୬ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। କିନ୍ତୁ ଫେବ୍ରୁଆରି ମାସରେ ସେମାନେ ୧୫୩୯ କୋଟି ଟଙ୍କାର ସେୟାର ଏବଂ ମାର୍ଚ୍ଚରେ ୩୫,୦୯୮ କୋଟି ଟଙ୍କାର ସେୟାର କିଣିଥିଲେ।ଜିଓଜିତ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ମୁଖ୍ୟ ନିବେଶ ଅଧିକାରୀ ଭି କେ ବିଜୟକୁମାର କହିଛନ୍ତି ଯେ ଯେଉଁଠାରେ ମୂଲ୍ୟ ଅଧିକ ସେହି ଷ୍ଟକ୍ଗୁଡ଼ିକୁ ବିଦେଶୀ ନିବେଶକମାନେ ବିକ୍ରି କରୁଥିବା ବେଳେ କମ୍ ମୂଲ୍ୟର ଷ୍ଟକ୍କୁ କିଣୁଛନ୍ତି। ଏହି ରଣନୀତି ନେଇ ସେମାନେ ଏବେ ଆଗକୁ ବଢ଼ୁଛନ୍ତି। ବିଦେଶୀ ନିବେଶକମାନେ ଭାରତର ଆର୍ଥିକ ସେବା, ଟେଲିକମ୍, ରିଅଲ୍ ଇଷ୍ଟେଟ୍, ଏଫ୍ଏମ୍ସିଜି, ଆଇଟି, ଧାତବ, ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକର ସେୟାର କିଣୁଛନ୍ତି। ମୋଦୀ ସରକାରଙ୍କ ତୃତୀୟ ପାଳିରେ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ବିଦେଶୀ ନିବେଶକମାନଙ୍କ ଭିତରେ ଧାରଣା ସୃଷ୍ଟି ହୋଇଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post