ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ କମ୍ପାନି ଏ ନେଇ ଏକ ଆଗ୍ରହ ପତ୍ର(ଏଲଓଆଇ) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। କମ୍ପାନି ୨୦୨୨ରେ ଏହାର ଚେନ୍ନାଇ ପ୍ଲାଣ୍ଟକୁ ବନ୍ଦ କରିଥିଲା। ତେଣୁ ଦୁଇବର୍ଷ ପରେ କମ୍ପାନି ପୁଣି ଥରେ ଏଠାରୁ କାର୍ ଉତ୍ପାଦନ କରିବା ନେଇ ଆଶା ଉଜ୍ଜୀବିତ ହୋଇଛି।କମ୍ପାନି ଅଧିକାରୀଙ୍କୁ ଭେଟିବା ପରେ ଷ୍ଟାଲିନ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଫୋର୍ଡ କର୍ତ୍ତୃପକ୍ଷଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି। ମରାଇମଲାଇ କାରଖାନାରୁ କାର୍ ଉତ୍ପାଦନ କରିବା ସହିତ ଚେନ୍ନାଇର ଗ୍ଲୋବାଲ ଟେକ୍ନୋଲୋଜି ସେଣ୍ଟରର ସଂପ୍ରସାରଣ ପାଇଁ କମ୍ପାନିକୁ ଷ୍ଟାଲିନ ପ୍ରସ୍ତାବ ଦେଇଥିଲେ।
Trending
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ