ବିଦେଶୀ ନିବେଶକମାନେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଭାରତୀୟ ଷ୍ଟକ୍ ବଜାର ପ୍ରଦର୍ଶନ ଉପରେ ଭରସା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଛି। ସେଥିପାଇଁ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ ବିଦେଶୀ ନିବେଶକମାନେ ଇକ୍ବିଟି ବଜାରରେ ୪୦,୭୧୦ କୋଟି ଟଙ୍କା ନିବେଶ କରିଛନ୍ତି। ୨୦୨୪ର ପ୍ରଥମ ମାସ ବିଦେଶୀ ନିବେଶକଙ୍କ ଲାଗି ଚଳନୀୟ ଥିଲା। ସେମାନେ ଜାନୁଆରିରେ ପ୍ରାୟ ୨୫,୭୪୩ କୋଟି ଟଙ୍କା ଇକ୍ବିଟି ବଜାରରେ ନିବେଶ କରିଥିଲେ। ମାତ୍ର ଫେବ୍ରୁଆରିରେ ସ୍ଥିତି ଓଲଟିଯାଇଥିଲା। ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଉପରେ ସନ୍ଦେହ ହେବାରୁ ସେମାନେ ଅନ୍ୟତ୍ର ପଳାୟନ କରିଥିଲେ।ବିଦେଶୀ ନିବେଶକମାନେ ଏହି ମାସରେ ମାତ୍ର ୧୫୩୯ କୋଟି ଟଙ୍କା ଭାରତୀୟ ଇକ୍ବିଟି ବଜାରରେ ନିବେଶ କରିଥିଲେ। ସାଧାରଣତଃ ଆମେରିକାର ବଣ୍ଡ୍ ୟିଲ୍ଡ ଆଧାରରେ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ମାର୍ଚ୍ଚରେ ଷ୍ଟକ୍ ବଜାର ଜରିଆରେ କେତେକ ବଡ଼ ଧରଣର ଡିଲ୍ ହୋଇଥିବାରୁ ନିବେଶ ପରିମାଣ ଅଧିକ ପ୍ରଦର୍ଶିତ ହୋଇଛି। ଏହା ବିଦେଶୀ ନିବେଶକମାନଙ୍କ ଆଚରଣର ପ୍ରକୃତ ପ୍ରତିଫଳନ ନୁହେଁ। କିନ୍ତୁ ନିବେଶରେ ଏହି ବୃଦ୍ଧିର ଧାରା ଆଗାମୀ ଦିନରେ ଜାରି ରହିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧ କମ୍ କରିବା ସମ୍ଭାବନା ସୃଷ୍ଟି ହୋଇଛି। ନିର୍ବାଚନକୁ ନେଇ ମଧ୍ୟ ଦେଶରେ ଉତ୍ସାହ ଦେଖାଦେଇଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post