ଟୋଲ ପ୍ଲାଜାରେ ଲାଗୁଥିବା ଟ୍ୟାକ୍ସକୁ ନେଇ ଭାରତୀୟ ।ତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ଯେଉଁ ଲୋକମାନେ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇ ନଥିବେ, ଏବେ ସେମାନେ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିଦେବ । ଏହାକୁ ନେଇ ଏନଏଚଆଇ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏ ସମ୍ବନ୍ଧରେ ସମସ୍ତ ଟୋଲ ପ୍ଲାଜରେ ସୂଚନା ପ୍ରଦର୍ଶନ କରାଯିବାକୁ କୁହାଯାଇଛି । ଫଳରେ ଏପରି ଦାୟିତ୍ୱହୀନ କରୁଥିବା ଲୋକମାନେ ପେନାଲ୍ଟୀ ବିଷୟରେ ଅବଗତ ହୋଇ ପାରିବେ ।ଏନଏଚଏଆଇର ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ସମସ୍ୟା ବଢ଼ିପାରେ । ସେମାନେଙ୍କୁ ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିବାକୁ ପଡ଼ିପାରେ । ନୂଆ ନିୟମ ଅନୁସାରେ, ଯେଉଁ ଲୋକଙ୍କର ଗାଡ଼ିରେ ଫାଷ୍ଟ୍ୟାଗ ଲାଗୁନଥିବ ସେମାନଙ୍କ ଠାରୁ ଡବଲ୍ ପରିମାଣର ଟୋଲ ଟ୍ୟାକ୍ସ ଆଦାୟ କରାଯିବ । ଏ ବାବଦରେ ଏନଏଚଏଆଇ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।ଅନେକ ସମୟରେ କିଛି ଲୋକ କାର ବା ଅନ୍ୟ ଯାନର ୱିଣ୍ଡସ୍କିନରେ ଜାଣିଶୁଣି ଫାଷ୍ଟ୍ୟାଗ ଲଗାଉ ନଥିବାର ଦେଖାଯାଇଥାଏ । ତେଣୁ ଏହାକୁ ନେଇ ଏନଏଚଏଆଇ କଠୋର ନିୟମ ଲାଗୁ କରିଛି । ଏଣିକି ୱିଣ୍ଡସ୍କ୍ରିନରେ ଜାଣିଜାଣି ଫାଷ୍ଟ୍ୟାଗ ନ ଲଗାଇଲେ ଅଧିକ ଟ୍ୟାକ୍ସ ଆଦାୟ କରାଯିବ । ୱିଣ୍ଡସ୍କ୍ରିନରେ ଫାଷ୍ଟ୍ୟାଗ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅଯଥାରେ ବିଳମ୍ବ ହୋଇଥାଏ ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ