ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।ଗତ ତିନିମାସରେ କର୍ମଚାରୀଙ୍କ ଛଟେଇ କରିବାରେ ଆଲଫାବେଟ ହେଉଛି ପ୍ରଥମ ‘ବିଗ୍ ଟେକ’ କମ୍ପାନୀ। ଏହାପୂର୍ବରୁ ମେଟା, ମାଇକ୍ରୋସଫ୍ଟ ଏବଂ ଆମାଜନ ଭଳି କମ୍ପାନୀମାନେ ୨୦୨୩ ଆରମ୍ଭରୁ ଆକ୍ରମଣାତ୍ମକ ଭାବରେ ଛଟେଇ କରିଥିଲେ।ଜାନୁଆରୀରେ ଆଲଫାବେଟ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିଲା। ଫଳରେ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାରେ ୬% ହ୍ରାସ ଘଟିଥିଲା।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post