ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ । ଗୋଟେ ଖରା ଗରମ ଅନ୍ୟପଟେ ବଜାରରେ ଲେମ୍ବୁର ମୂଲ୍ୟ ବୃଦ୍ଧି । ସବୁଠୁ ଚିନ୍ତାରେ ପକାଇଲାଣି ଟମାଟୋ କିଲୋଗ୍ରାମରେ ୧୦୦ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି ।ପନିପରିବା ବିକ୍ରେତାମାନେ କହିଛନ୍ତି ଯେ କମ୍ ବର୍ଷା ଏବଂ ଅନୁକୂଳ ପାଗ ନ ଥିବାରୁ ବଜାରରେ ଟମାଟୋ ସମେତ ପନିପରିବା ଆସିବା ହ୍ରାସ ପାଇଛି । ଯେଉଁ କାରଣରୁ ହୋଲସେଲ ହାରରେ ବୃଦ୍ଧି ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟାଇଛି । ପରିବା ବ୍ୟବସାୟୀ କହିଛନ୍ତି ଯେ ଲେମ୍ବୁ ପ୍ରାୟତଃ ଦକ୍ଷିଣ ଭାରତ ରାଜ୍ୟରୁ ଆସିଥାଏ, କିନ୍ତୁ ସେଠାରେ କମ୍ ଉତ୍ପାଦନ ହେତୁ ବଜାରରେ ଲେମ୍ବୁ ଆସିବା କମ୍ ହୋଇଥାଏ ।ଯେଉଁ କାରଣରୁ ମୂଲ୍ୟ ବଢୁଛି । ପୂର୍ବରୁ ଏକ ଲେମ୍ବୁର ମୂଲ୍ୟ ଦୁଇରୁ ତିନି ଟଙ୍କା ଥିଲା । ବର୍ତ୍ତମାନ ଖୁଚୁରା ବଜାରରେ ପାଞ୍ଚରୁ ଛଅ ଟଙ୍କା ପର୍ଯ୍ୟନ୍ତ ଏକ ଲେମ୍ବୁ ଉପଲବ୍ଧ ହେଉଛି । ଆଳୁ କେଜି ୨୦ ଟଙ୍କା ଥିବା ବେଳେ ଏବେ ୩୦ ଟଙ୍କାରେ ପହଞ୍ଚିଛି । ପିଆଜ କେଜି ପିଛା ୪୦ ଟଙ୍କା ରୁ ୫୦ ଟଙ୍କାରେ ପହଞ୍ଚିଛି । କଞ୍ଚାଲଙ୍କା ଶହ ୩୦ଟଙ୍କା ରୁ ୫୦ /୬୦ଟଙ୍କାରେ ପହଞ୍ଚିଛି । ଭେଣ୍ଡି ୧୫ଟଙ୍କା ରୁ ୬୦ ଟଙ୍କା ରେ ପହଞ୍ଚିଛି । ସେହିଭଳି ପାଳଙ୍ଗ ୨୫ ଟଙ୍କା ରୁ ୩୦ ଟଙ୍କାରେ ପହଞ୍ଚିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ