ନୂଆ ୩-ଚକିଆ ମାଲବାହୀ ଯାନ

ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍‌ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ। ଏହି ଗାଡ଼ିରେ ୧୧.୮ କେଡବ୍ଲୁଏଚ୍‌ର ବ୍ୟାଟେରି ରହିଛି ଯାହାକୁ ଥରେ ଚାର୍ଜ କଲେ ୧୮୩ କିଲୋମିଟର ଯାତ୍ରା କରିବ। ଭୁବନେଶ୍ବର ଓ କଟକରେ ଏହାର ଏକ୍ସ ସୋ’ରୁମ୍ ଦାମ୍ ୩,୯୭,୮୩୩ ଟଙ୍କା ରହିଛି। ବଜାଜର ଇଲେକ୍ଟ୍ରିକ୍ ତିନିଚକିଆ ଯାନକୁ କଂପାନି ଏହାର ନିଜସ୍ବ ଗବେଷଣା ଓ ବିକାଶ କେନ୍ଦ୍ରରେ ବିକଶିତ କରିଥିବା ବେଳେ ୱାଲୁଜ୍ କାରଖାନାରେ ନିର୍ମାଣ କରୁଛି। ନୂଆ ଗାଡ଼ିରେ ଆଇପି୬୭ ରେଟେଡ୍‌ ଲାଇ-ଆୟନ ବ୍ୟାଟେରି, ଦୁଇ ସ୍ପିଡ୍‌ର ଅଟୋମେଟିକ୍ ଟ୍ରାନ୍ସମିସନ ଓ ଏକ ପିଏମ୍ଏସ୍‌ ମୋଟର ରହିଛି। ଏହାକୁ ୧୬-ଏଏମ୍‌ପି ଓ ୨୨୦ ଭୋଲ୍ଟ ଇଲେକ୍ଟ୍ରିକ୍ ଆଉଟ୍‌ଲେଟ୍‌ରେ ଚାର୍ଜ କରାଯାଇପାରିବ। ଏଥିରେ ଏକ ଚାର୍ଜର ଥିବାରୁ ଗାଡ଼ିକୁ ସହଜରେ ଚାର୍ଜ କରିହେବ। ଏଥିରେ ରାଡିଆଲ୍ ଟ୍ୟୁବ୍‌ଲେସ୍‌ ଟାୟାର ବ୍ୟବହାର କରାଯାଇଛି। ଏହି ଅବସରରେ କଂପାନିର ଭିପି-ସେଲ୍‌ସ ଶ୍ରୀ ବର୍ମା କହିଛନ୍ତି ଯେ ଗ୍ରାହକମାନଙ୍କ ଆବଶ୍ରକତାକୁ ଦୃଷ୍ଟିରେ ରଖି ଏହି ସୁରକ୍ଷିତ ଓ ଭରସାଯୋଗ୍ୟ ଗାଡ଼ି ପ୍ରସ୍ତୁତ କରାଯାଇଛି। ବିକ୍ରି ପରବର୍ତ୍ତୀ ‌ସେବା ସୁନିଶ୍ଚିତ କରିବା ଲାଗି ଚବିଶ ଘଣ୍ଟିଆ ସର୍ଭିସ୍‌ର ବ୍ୟବସ୍ଥା କରାଯାଉଛି।