ଡିପ୍ଫେକ୍ ଭିଡିଓ କେବଳ ନେତା, ଅଭିନେତା କିମ୍ବା ବଡ଼ ଉଦ୍ୟୋଗୀଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ (ବିଏସ୍ଇ)ର ଏମ୍ଡି ତଥା ସିଇଓ ସୁନ୍ଦରରମଣ ରାମମୂର୍ତ୍ତି ମଧ୍ୟ ଏହାର ଶିକାର ହୋଇଛନ୍ତି। ତାଙ୍କ ନାମରେ ନକଲି ଭିଡିଓ ଓ ଅଡିଓ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଛି। ବିଏସ୍ଇ ଏମ୍ଡି ତଥା ସିଇଓ ଭାବେ ଛଳନା କରୁଥିବା ବ୍ୟକ୍ତିମାନେ ଏହି ଭିଡିଓ ଓ ଅଡିଓ ଜରିଆରେ ନିବେଶକମାନଙ୍କୁ କେତେକ ଷ୍ଟକ୍ ସଂପର୍କରେ ଭୁଲ୍ ପରାମର୍ଶ ଦେଉଛନ୍ତି। ସପ୍ତାହେ ପୂର୍ବରୁ ନ୍ୟାସନାଲ୍ ଷ୍ଟକ ୍ଏକ୍ସଚେଞ୍ଜ୍ ପକ୍ଷରୁ ଏ ନେଇ ଲୋକଙ୍କୁ ସତର୍କ କରାଯାଇଥିଲା। ଏହାର ମୁଖ୍ୟଙ୍କ ନାମରେ କିଛି ନକଲି ଭିଡିଓ ପ୍ରସାରିତ ହୋଇଥିବା ନେଇ କୁହାଯାଇଥିଲା।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Next Post