ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆରବିଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଏବେ ଉକ୍ତ ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ ।ଆରବିଆଇ ପକ୍ଷରୁ ଏନେଇ ଏକ ପ୍ରେସ୍ ବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଅପର୍ଯ୍ୟାପ୍ତ ପୁଞ୍ଜି ଓ ନିୟମର ପାଳନ ନ କରିବା କାରଣରୁ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପି କୋ-ଅପରେଟିଭ ବ୍ୟାଙ୍କ, ସୀତାପୁରର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଗତ ୪ ତାରିଖରେ ଆଇବିଆଇ ପକ୍ଷରୁ କୋହ୍ଲାପୁରର ଇଚଲକରଞ୍ଜୀ ସ୍ଥିତ ଶଙ୍କରରାଓ ପୂଜାରି ନୂତନ ନଗରୀ ସହକାରୀ ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା ।ଡିସେମ୍ବର ୭ ତାରିଖରେ ଆରବିଆଇ ଏକ ପ୍ରେସ୍ ରିଲିଜ୍ ଜାରି କରି ଏନେଇ ସୂଚନା ଦେଇଛି । ତେବେ ଆଇବିଆଇ ପକ୍ଷରୁ ବ୍ୟାଙ୍କିଂ କାରବାର ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ଫଳରେ ଗ୍ରାହକମାନେ ଏବେ ସେମାନଙ୍କ ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ । ବର୍ତ୍ତମାନର ଆର୍ଥିକ ପରିସ୍ଥିତି କାରଣରୁ ବ୍ୟାଙ୍କ ତା’ର ଜମାକାରୀଙ୍କ ଅର୍ଥ ଭରଣା କରିବା ପାଇଁ ଅସମର୍ଥ ହେବ । ତେବେ ଆରବିଆଇର ଆଦେଶ ପରେ ଏବେ ଜମାକାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ରାଶି ମିଳିପାରିବ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post