ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍ରେ ଏପରି ଆକଳନ ପ୍ରକାଶ କରିଛି। ଆଇଏମ୍ଏଫ୍ ୨୦୨୪ରେ ଭାରତରେ ଜିଡିପି ଅଭିବୃଦ୍ଧି ହାରକୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଗତ ଜାନୁଆରୀରେ ଆକଳନ କରାଯାଇଥିଲା। ୨୦୨୫ ପାଇଁ ଆଇଏମ୍ଏଫ୍ ଏହାର ଅଭିବୃଦ୍ଧି ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି। ୨୦୨୫ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟ ପ୍ରକାଶକରି ଆଇଏମ୍ଏଫ୍ କହିଛି, ଭାରତରେ ଅଭିବୃଦ୍ଧି ମଜଭୁତ ରହିବ ଏବଂ ୨୦୨୪ରେ ଜିଡିପି ୬.୮ ପ୍ରତିଶତ ଏବଂ ୨୦୨୫ରେ ୬.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଆଇଏମ୍ଏଫ୍ ଅନୁଯାୟୀ, ଘରୋଇ ଚାହିଦା ଏବଂ କର୍ମଜୀବୀ ଶ୍ରେଣୀର ଜନସଂଖ୍ୟା ବୃଦ୍ଧି ହେତୁ ଭାରତର ଏହି ଆର୍ଥିକ ଅଭିବୃଦ୍ଧିରେ ଦେଖାଯାଉଛି। ଆଇଏମ୍ଏଫ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୮ ପ୍ରତିଶତକୁ ବୃଦ୍ଧି କରିଛ। ସରକାର ଏହି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ଆକଳନ କରିଥିବାବେଳେ ଏହାଠାର ଆଇଏମ୍ଏଫ୍ ଆକଳନ ଅଧିକ ରହିଛି। ସେହିପରି ୨୦୨୪ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତ ଏବଂ ୨୦୨୫ରେ ୪.୨ ପ୍ରତିଶତ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଆନୁମାନିକ ତୁଳନାରେ ଆଇଏମ୍ଏଫ୍ର ଆକଳନ ସାମାନ୍ୟ ଅଧିକ ରହିଛି। ମାର୍ଚ୍ଚ ୨୦୨୪ ପାଇଁ ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨ ପ୍ରତିଶତ ରହିଛି ମାତ୍ର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତକୁ ଖସି ଆସିଛି। ଆଇଏମ୍ଏଫ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରର ଆକଳନକୁ ବୃଦ୍ଧି କରିଥିବାବେଳେ ଏହା ଚାଇନାର ଅଭିବୃଦ୍ଧି ହାରର ଆକଳନକୁ ହ୍ରାସ କରିଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post