ଜିଏସ୍ଟି ଠକେଇରେ ୯୯% ବୃଦ୍ଧି
୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଜିଆଇ ୧,୦୧,୩୫୪ କୋଟି ଟଙ୍କାର ୪,୮୭୨ ଜିଏସ୍ଟି ଠକେଇ ମାମଲା ଠାବ କରିଥିଲା। ସେଥିରୁ ଟିକସଦାତାମାନେ ନିଜ ଆଡ଼ୁ ୨୦,୭୧୩ କୋଟି ଟଙ୍କା ପଇଠ କରିଥିଲେ। ଏହି ବର୍ଷ ୯୨ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍ଟି ସଂଗ୍ରହ ହୋଇଛି। ଯେତିକି ଠକେଇ ଠାବ କରାଯାଇଛି ତାହା ମୋଟ ସଂଗ୍ରହର ୧୦ ପ୍ରତିଶତ।ଡିଜିଜିଆଇ ତଥ୍ୟରୁ ଜଣାପଡ଼ିଛି ଯେ ବ୍ୟାଙ୍କ, ଆର୍ଥିକ ସେବା, ବୀମା, ଫାର୍ମାସ୍ୟୁଟିକାଲ୍, ଇ-କମର୍ସ, ମାନବ ସମ୍ବଳ ସେବା ପ୍ରଦାନକାରୀ ସଂସ୍ଥା, ଅନଲାଇନ୍ ଗେମିଂ ଓ କାସିନୋ ଆଦି କ୍ଷେତ୍ରରେ ସର୍ବାଧିକ ଜିଏସ୍ଟି ଠକେଇ ମାମଲା ଚିହ୍ନଟ ହୋଇଛି। ୨୦୨୩-୨୪ରେ ୨୧,୦୮୯ କୋଟି ଟଙ୍କାର ୨୧୯୭ଟି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇ ଚିହ୍ନଟ କରାଯାଇଥିଲା। ସେଥିରୁ ଟିକସଦାତାମାନେ ୨୫୭୭ କୋଟି ଟଙ୍କା ଦାଖଲ କରିଥିଲେ। ଏହି ମାମଲାଗୁଡ଼ିକରେ ଜଡ଼ିତ ୧୧୩ ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଥିଲା। ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଜରିଆରେ ହେଉଥିବା ଠକେଇ ମାମଲାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି।