ଖୁଚୁରା ବିକ୍ରି କ୍ଷେତ୍ରରେ ଯେତେବେଳେ ନୂଆ ବିପ୍ଳବ ଦେଖାଯିଏ ତାହାର ସିଧାସଳଖ ପ୍ରଭାବ ତେଜରାତି ଦୋକାନଗୁଡ଼ିକ ଉପରେ ପଡ଼ିଥାଏ। ତେଜରାତି ଦୋକାନଗୁଡ଼ିକ ଅତୀତରେ ଏଭଳି ଅନେକ ଆହ୍ବାନକୁ ସାମ୍ନା କରିଛନ୍ତି। ଏବେ ସେମାନଙ୍କ ସାମ୍ନାରେ ଆଉ ଏକ ନୂଆ ବିପଦ ଉଭା ହୋଇଛି। ତାହା ହେଉଛି ‘କ୍ବିକ୍ କମର୍ସ’। ବ୍ଲିଙ୍କଇଟ୍, ଇନଷ୍ଟାମାର୍ଟ, ଜେପ୍ଟୋ ଓ ବିପି ନାଓ ଭଳି ସଂସ୍ଥା ଲୋକମାନଙ୍କ ପାଖରେ ଦ୍ରୁତ ଗତିରେ ଗ୍ରୋସରି ପହଞ୍ଚାଉଥିବା ବେଳେ ସେମାନେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ଦେଉଛନ୍ତି। ସେଥିପାଇଁ ଦେଶର ବଡ଼ ବଡ଼ ସହର ସମେତ ଅନେକ ସ୍ଥାନରେ ସେମାନଙ୍କ ଚାହିଦା ବଢ଼ିବାରେ ଲାଗିଛି।ଦେଶରେ ୧୨ ନିୟୁତରୁ ଅଧିକ ତେଜରାତି ଦୋକାନ ରହିଛି। ଆଖପାଖ ଲୋକଙ୍କ ଡାଲି, ଚାଉଳଠାରୁ ଆରମ୍ଭ କରି ସାମ୍ପୁ, ସାବୁନ, ମସଲା ଆଦି ଆବଶ୍ୟକତା ପୂରଣ କରିବାରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଇକମର୍ସ କମ୍ପାନିଗୁଡ଼ିକ ଆସିବା ପରେ ଏହି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି।ଯେଉଁ ଗତିରେ ଦେଶରେ ଇ-କମର୍ସ ବ୍ୟବସାୟ ବଢ଼ୁଛି ତାହାକୁ ନେଇ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବାର୍ଷିକ ୨୭ ପ୍ରତିାତ ହାରରେ ବଢ଼ୁଥିବା ଇ-କମର୍ସ କାରବାର ଏକ ସଫଳତା ନୁହେଁ, ବରଂ ଚିନ୍ତାର ବିଷୟ। ଦେଶରେ ଏହା ସାମାଜିକ ବିଭ୍ରାଟ ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବିଶେଷ କରି ଦେଶରେ ଥିବା ୧୦ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଛୋଟ ଓ ବଡ଼ ଦୋକାନ ଭିତରେ ଏକ ବଡ଼ ଧରଣର ଅନ୍ତର ଦେଖାଦେଇଛି। ୧୦ ବର୍ଷ ପୂର୍ବେ ଯେତିକି ମୋବାଇଲ୍ ଦୋକାନ ଥିଲା, ଏବେ ଆଉ ସେଗୁଡ଼ିକୁ ଦେଖିବାକୁ ମିଳୁନି। ମୋବାଇଲ୍ ଫୋନ୍ ଓ ଆସେସୋରିଜ୍ କେବଳ ଆପଲ୍ ଭଳି ବଡ଼ କମ୍ପାନି ବିକ୍ରି କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post