ଗୋ ଫାଷ୍ଟ୍‌’କୁ ଝଟ୍‌କା

ଗୋ ଫାଷ୍ଟ୍‌କୁ ଆଜି ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଗୋ ଫାଷ୍ଟ୍‌ ନିକଟରେ ଲିଜ୍‌ରେ ଥିବା ବିମାନଗୁଡ଼ିକର ପଞ୍ଜୀକରଣ ବାତିଲ କରିବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)କୁ ଆଦେଶ ଦେଇଛନ୍ତି। ୫ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଛନ୍ତି। ଡିଜିସିଏ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଲିଜ୍‌ ପ୍ରଦାନ କରିଥିବା କମ୍ପାନିକୁ ବିମାନ ବନ୍ଦରରୁ ଉକ୍ତ ବିମାନ ହସ୍ତାନ୍ତର କରିବା କାର୍ଯ୍ୟରେ ସହାୟତା ଯୋଗାଇବେ ବୋଲି କୋର୍ଟ କହିଛନ୍ତି। ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରିଜୋଲ୍ୟୁସନ ପ୍ରଫେସନାଲ (ଆର୍‌ପି) ଅଦାଲତଙ୍କୁ ସମୟ ମାଗିଥିଲେ। କିନ୍ତୁ ବିଚାରପତି ତାରା ବିତାତ୍ସା ଗଞ୍ଜୁ ସେହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କମ୍ପାନି ତୁରନ୍ତ ଏହି ଆଦେଶ ଉପରେ ରହିତାଦେଶ ଆଣି ନପାରିଲେ ୫୪ଟି ଯାକ ବିମାନ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି।