ଗଭର୍ଣ୍ଣର କାହିଁକି ପାଆନ୍ତି ନାହିଁ ପେନସନ୍?
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରକାଶ କରିଛନ୍ତି ଯେ, ଗଭର୍ଣ୍ଣର ଭାବରେ ତାଙ୍କର ଦରମା ମାତ୍ର ୪ ଲକ୍ଷ ଟଙ୍କା । ଏଥିସହ ସେ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣରଙ୍କୁ ବର୍ତ୍ତମାନ କେତେ ଦରମା ମିଳୁଛି, ସେ ବିଷୟରେ ସୂଚନା ନାହିଁ । କିନ୍ତୁ ଯେତେବେଳେ ସେ ଆରବିଆଇ ଗଭର୍ଣ୍ଣର ଥିଲେ, ତେବେ ତାଙ୍କୁ ରହିବାକୁ ଏକ ବଡ ଘର ମିଳିଥିଲା । ଆରବିଆଇ ଗଭର୍ଣ୍ଣରଙ୍କୁ ମିଳିଥିବା ଦରମା ଏବଂ ପେନସନ୍ ସଂପର୍କରେ ରଘୁରାମ ରାଜନ କ’ଣ କହିଛନ୍ତି ଆସନ୍ତୁ ଜାଣିବା…
ଦରମା ୪ ଲକ୍ଷ ଟଙ୍କା ଥିଲା :-
ରାଜ ଶମାନୀଙ୍କ “ଫିଗର୍ ଆଉଟ୍” ପୋଡକାଷ୍ଟ ଉପରେ ରାଜନ କହିଛନ୍ତି ଯେ, ଗଭର୍ଣ୍ଣର ହେବାର ସବୁଠାରୁ ବଡ ସୁବିଧା ହେଉଛି ଯେ ତାଙ୍କୁ ରହିବାକୁ ଏକ ବଡ଼ ଘର ମିଳିଥଇଲା, ଯାହା ଧୀରୁବାଇ ଅମ୍ବାନୀଙ୍କ ଘର ନିକଟରେ ଥଇଲା । ରାଜନ କହିଛନ୍ତି ଯେ ମୁଁ ଜାଣେ ନାହିଁ ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣରଙ୍କ ଦରମା କେତେ? କିନ୍ତୁ ମୋ ସମୟରେ ଏହି ଦରମା ବର୍ଷକୁ ୪ ଲକ୍ଷ ଟଙ୍କା ଥିଲା । ରହିବା ପାଇଁ ଏକ ବହୁତ ବଡ ଘର ମଧ୍ୟ ମିଳିଥିଲା, ଯାହା ମୁମ୍ବାଇର ମାଲାବାର ହିଲରେ ଥିବା ଧୀରୁବାଇ ଅମ୍ବାନୀଙ୍କ ଘରଠାରୁ କିଛି ଦୂରରେ ଥିଲା ।
କ୍ୟାବିନେଟ ସଚିବଙ୍କ ସହ ସମାନ :-
୬୦ ବର୍ଷୀୟ ରଘୁରାମ ରାଜନ ୨୦୧୩-୨୦୧୬ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ । ସେ ଆହୁରି ମଧ୍ୟ ଖୁଲାସା କରିଛନ୍ତି ଯେ, ତାଙ୍କ ଦରମା କ୍ୟାବିନେଟ ସଚିବଙ୍କ ଦରମା ସହିତ ସମାନ ଥିଲା । ସେ କହିଥିଲେ ଯେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଚିକିତ୍ସା ସୁବିଧା ମଧ୍ୟ ମିଳିଥିଲା । କିନ୍ତୁ ସେ ପେନସନ ପାଇନଥିଲେ । ରାଜନ କହିଛନ୍ତି ଯେ ମୁଁ ଭାବୁଛି ତାଙ୍କ ଦରମା କ୍ୟାବିନେଟ ସଚିବଙ୍କ ଦରମା ସହିତ ସମାନ ।