ପୁଣି ଥରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇଛି । ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗତ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୨ରୁ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ଜୁଲାଇ ମାସ ପହିଲା ଠାରୁ ତାହା ଲାଗୁ ହୋଇଥିଲା ।ତେବେ ଏହା ମଧ୍ୟରେ ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୁଇଟି କ୍ୟାଟେଗୋରୀର କର୍ମଚାରୀଙ୍କର ଡିଏ ବୃଦ୍ଧି ହୋଇଛି । ଷଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟୋଗ (ସିବିଏସଇ)ର କର୍ମଚାରୀଙ୍କ ପାଇଁ ଡିଏ ୯ ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୨୨୧ ପ୍ରତିଶତରୁ ୨୩୦ରେ ପହଞ୍ଚି ଯାଇଛି । ସେହିପରି ପଞ୍ଚମ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଛି ।କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସାର୍ବଜନିନ ଉଦ୍ୟୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ୫ମ ଓ ୬ଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀମାନେ ଏହାର ଫାଇଦା ଉଠାଇ ପାରିବେ । ଯେଉଁ କର୍ମଚାରୀମାନଙ୍କ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିନଥାଏ ସେମାନଙ୍କର ଡିଏ ୪୬୨ ପ୍ରତିଶତରୁ ବଢ଼ାଯାଇ ୪୭୭ ପ୍ରତିଶତ କରାଯାଇ ପାରିବ । ସେହିପରି ଯେଉଁ କର୍ମଚାରୀମାନଙ୍କୁ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିଥାଏ ସେମାନଙ୍କର ଡିଏ ୪୧୨ ପ୍ରତିଶତରୁ ବଢ଼ାଯାଇ ୪୨୭ ପ୍ରତିଶତ କରାଯାଇ ପାରିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post