ବିଭିନ୍ନ କ୍ଷେତ୍ରରେ ମୂଲ୍ୟବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି ପରିବା ଦର ବୃଦ୍ଧିକୁ ନେଇ କଲବଲ ହେଉଛନ୍ତି ସାଧାରଣ ଜନତା । ପିଆଜ ଦରକୁ ନେଇ ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ବର୍ତ୍ତମାନ ଆଳୁ ଏବଂ ଟମାଟୋ ଦର ମଧ୍ୟ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ।ମଣ୍ଡି ହେଉ କିମ୍ବା ଝୁଚୁରା ବଜାର, ସବୁଠି ଏବେ ମୂଲ୍ୟବୃଦ୍ଧି ଦେଖାଯାଇଛି । ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ୧୦୦ ପାର୍ ହୋଇଛି । ସେହିପରି ପିଆଜ ଦର କିଲୋ ପ୍ରତି ୫୦ ଟଙ୍କା ଏବଂ ଆଳୁ ଦାମ୍ ୩୫ ଟଙ୍କାରୁ ଅଧିକ ରହିଛି । ଅତ୍ୟାବଶ୍ୟକ ପନିପରିବାରେ ମୂଲ୍ୟବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ମଣ୍ଡିରେ ଆଳୁର ମୂଲ୍ୟ ୧,୦୭୬ ଟଙ୍କା ପ୍ରତି କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୨,୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ପାର୍ ହୋଇଛି । ହିମାଚଳ ସମେତ ଅନ୍ୟ ପାହାଡ଼ି ଅଞ୍ଚଳରେ ବର୍ଷା ଯୋଗୁଁ ପରିବହନ ସମସ୍ୟା ଯୋଗୁଁ ଟମାଟୋ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି ।ବ୍ୟବସାୟୀଙ୍କ ଅନୁସାରେ, ପନିପରିବାରେ ହୋଲସେଲ ଏବଂ ଖୁଚୁରା ଦର ବୃଦ୍ଧିର ସବୁଠାରୁ ବଡ଼ କାରଣ ଏବେ ସାମନାକୁ ଆସୁଛି । ମୌସୂମୀ ପରିବର୍ତ୍ତନ, ପରିବହନ ସମ୍ବନ୍ଧୀୟ ସମସ୍ୟା ଏବଂ ଟମାଟୋ ଫସଲରେ କ୍ଷତି ଯୋଗୁଁ ପନିପରିବା ଦର ବୃଦ୍ଧି ହୋଇଥିବା ଜାଣିବାକୁ ମିଳିଛି । ଏହାପୂର୍ବରୁ ହିଟୱେଭ ସ୍ଥିତି ବିଶେଷ କରି କୃଷି ଏବଂ ଫସଲ ପାଇଁ ବେଶ୍ କ୍ଷତିକାରକ ରହିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Next Post