ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ରେ ମୌଳିକ ସୀମା ଶୁଳ୍କ ହାର ହ୍ରାସ କରିବା ପରେ ଆଇଫୋନ୍ ନିର୍ମାତା ଆପଲ୍ ଏହାର ବିଭିନ୍ନ ମଡେଲ୍ ଫୋନ୍ ଦାମ୍ ହ୍ରାସ ଘୋଷଣା କରିଛି। କମ୍ପାନି ଆଇଫୋନ୍ ଦାମ୍ରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରି ଗ୍ରାହକଙ୍କୁ ଶୁଳ୍କ ହ୍ରାସର ଲାଭ ପ୍ରଦାନ କରିଛି। ଆଇଫୋନ ପ୍ରୋ ଏବଂ ପ୍ରୋ ମାକ୍ସ ମଡେଲ ମୂଲ୍ୟ ୫୧୦୦ ଟଙ୍କାରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ଭାରତରେ ନିର୍ମାଣ ହେଉଥିବା ଆଇଫୋନ ୧୩, ୧୪ ଏବଂ ୧୫ ଦାମ୍ ୩ ଶହ ଟଙ୍କା କମିଛି। ଆଇଫୋନ୍ ଏସଇ ମୂଲ୍ୟ ୨୩୦୦ ଟଙ୍କା କମିଛି। ଉଲ୍ଲେଖଯୋଗ୍ୟ, ମୋବାଇଲ ଫୋନ ଉପରେ ମୌଳିକ ସୀମା ଶୁଳ୍କକୁ ସରକାର ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ କମାଇଛନ୍ତି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା