ଓଡ଼ିଶାରୁ ଓହରି ନାହିଁ JSW
ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି।ଗଣମାଧ୍ୟମର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ ପ୍ରତ୍ୟାହାର କରୁନାହୁଁ।ଜେଏସଡବ୍ଲୁ ଗୋଷ୍ଠୀ ରାଜ୍ୟରେ ୪୦,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ବୈଦୁତିକ ଯାନ ଏବଂ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଫେବୃଆରୀ ୧୦, ୨୦୨୪ ରେ ଓଡିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା