ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବୀମା, ହେଲ୍‌ମେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଚାଳିତ ଦୁଇଚକିଆ ଗାଡ଼ି ପାଇଁ ବୀମା ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।‌ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବି‌ରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ପାଇଁ ବୀମା ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବାକୁ ଦାଖଲ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଏହା କହିଛନ୍ତି। ସବୁ ପ୍ରକାର ଇଲେକ୍ଟ୍ରିକ୍ ମୋଟରସାଇକଲ୍ ଓ ସ୍କୁଟର ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏହି ମାମଲାରେ କୋର୍ଟଙ୍କୁ ନିବେଦନ କରାଯାଇଥିଲା। ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରୁଥିବା କିଛି ଲୋକ ହେଲ୍‌ମେଟ୍‌ ପିନ୍ଧୁନଥିବାର ଦେଖାଯାଉଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇ‌େକାର୍ଟ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି।