ଦେଶର ଲାଇଫଲାଇନ୍ କୁହାଯାଉଥିବା ଭାରତୀୟ ରେଳବାଇ ପୁଣି ଏକ ଇତିହାସ ରଚିଛି । ଶନିବାର ରେଳ ମନ୍ତ୍ରଣାଳୟ ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ନିଜ ନାଁ ରେକର୍ଡ କରିଛି । ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଫେବୃଆରୀ ୨୬ରେ ରେଳବାଇ ମନ୍ତ୍ରଣାଳୟ ୨୧୪୦ ସ୍ଥାନରେ ଏହି ଇଭେଣ୍ଟ ଆୟୋଜିତ କରିଥିଲା । ଏଥିରେ ପ୍ରାୟ ୪୦ ଳକ୍ଷ ୧୯ ହଜାର ୫୧୬ ଲୋକେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଲୱେ ଓଭରବ୍ରିଜ୍ ଏବଂ ଅଣ୍ଡର ପାସ୍ ସହ ଅନେକ ରେଳ ଷ୍ଟେସନକୁ ଆଧୁନିକରଣ କରିବାର କାର୍ଯ୍ୟ କରିଥିଲେ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।ମୋଦୀ ୩.୦ ସରକାରରେ ଅଶ୍ୱିନୀ ବୈଷ୍ଣବ ଦ୍ୱିତୀୟ ଥର ପାଇଁ ରେଳ ମନ୍ତ୍ରଣାଳୟ ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେ କହିଛନ୍ତି ଏହି କାର୍ଯ୍ୟକାଳରେ ତାଙ୍କ ପ୍ରାଥମିିକତା ହେବ ଭୋଟିଂ ଟିକେଟ୍ ସମସ୍ୟା ଦୂର କରିବା । ସମସ୍ତଙ୍କୁ କିପରି କନଫର୍ମ ଟିକେଟ୍ ମିଳିବ ସେନେଇ ରେଳ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post