ଦେଶର ଲାଇଫଲାଇନ୍ କୁହାଯାଉଥିବା ଭାରତୀୟ ରେଳବାଇ ପୁଣି ଏକ ଇତିହାସ ରଚିଛି । ଶନିବାର ରେଳ ମନ୍ତ୍ରଣାଳୟ ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ନିଜ ନାଁ ରେକର୍ଡ କରିଛି । ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଫେବୃଆରୀ ୨୬ରେ ରେଳବାଇ ମନ୍ତ୍ରଣାଳୟ ୨୧୪୦ ସ୍ଥାନରେ ଏହି ଇଭେଣ୍ଟ ଆୟୋଜିତ କରିଥିଲା । ଏଥିରେ ପ୍ରାୟ ୪୦ ଳକ୍ଷ ୧୯ ହଜାର ୫୧୬ ଲୋକେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଲୱେ ଓଭରବ୍ରିଜ୍ ଏବଂ ଅଣ୍ଡର ପାସ୍ ସହ ଅନେକ ରେଳ ଷ୍ଟେସନକୁ ଆଧୁନିକରଣ କରିବାର କାର୍ଯ୍ୟ କରିଥିଲେ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।ମୋଦୀ ୩.୦ ସରକାରରେ ଅଶ୍ୱିନୀ ବୈଷ୍ଣବ ଦ୍ୱିତୀୟ ଥର ପାଇଁ ରେଳ ମନ୍ତ୍ରଣାଳୟ ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେ କହିଛନ୍ତି ଏହି କାର୍ଯ୍ୟକାଳରେ ତାଙ୍କ ପ୍ରାଥମିିକତା ହେବ ଭୋଟିଂ ଟିକେଟ୍ ସମସ୍ୟା ଦୂର କରିବା । ସମସ୍ତଙ୍କୁ କିପରି କନଫର୍ମ ଟିକେଟ୍ ମିଳିବ ସେନେଇ ରେଳ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post