ଆସନ୍ତାକାଲି ବଜେଟ। ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର। ବଜେଟରେ କେଉଁ କ୍ଷେତ୍ରକୁ ଫୋକସ ଦିଆଯିବ? କ୍ରମବର୍ଦ୍ଧିଷ୍ଣୁ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ଦିଆଯାଇପାରେ ଅଧିକ ଗୁରୁତ୍ବ। ରିୟଲ ଇଷ୍ଟେଟ କ୍ଷେତ୍ର ସମେତ କୃଷି, ଅର୍ଥ, ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି, ପ୍ରସ୍ତୁତି କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇପାରନ୍ତି ଗୁରୁତ୍ବ ।ଗତ କିଛି ବର୍ଷ ଧରି ରିଅଲ ଇଷ୍ଟେଟ ଶିଳ୍ପରେ ବ୍ୟାପକ ଅଭିବୃଦ୍ଧି ହୋଇଛି। କମର୍ସିଆଲ ଓ ଲକ୍ସରୀ ରିଅଲ ଇଷ୍ଟେଟ କ୍ଷେତ୍ରର ଆଦର ସବୁଠାରେ ବଢିଛି । ତେଣୁ ଏହା ଉପରେ କର ହ୍ରାସ ଲାଗି ସରକାରଙ୍କ ଠାରୁ ଆଶା ରଖାଯାଇଛି। ପ୍ରକଳ୍ପକୁ ଅଧିକ ଆଦୃତ କରିବା ସହ ଲୋକଙ୍କ ସାମର୍ଥ୍ୟ ଅନୁସାରେ ଏହା ଉପରୁ କର ହ୍ରାସ କରାଗଲେ ଏହାର ବ୍ୟାପକ ବିକାଶ ହେବ ବୋଲି ଆଶା ରହିଛି। କୋଭିଡ ପରେ ଗତିଶୀଳ ରହିଛି ରିୟଲ ଇଷ୍ଟେଟ କ୍ଷେତ୍ର। ରିୟଲ ଇଷ୍ଟେଟକୁ ଭିତ୍ତିଭୂମି ମାନ୍ୟତା ଦେବା ସହ ଅଧିକ ଗୁରୁତ୍ବ ଦେଆଯାଇପାରେ । ବାସଗୃହ କ୍ରେତାଙ୍କ ଲାଗି ବି ଦୃଷ୍ଟି ଦେଇପାରନ୍ତି ନିର୍ମଳା। ଶସ୍ତା ବାସଗୃହର ସୀମାକୁ ୪୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Prev Post
Next Post