ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ

ପ୍ରଥମ ଥର ପାଇଁ ଅମୁଲ୍‌ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ। ‘ଆମେ ଅନେକ ଦଶନ୍ଧି ଧରି ଦୁଗ୍ଧ ଜାତ ଦ୍ରବ୍ୟ ରପ୍ତାନି କରୁଛୁ। ତେବେ, ପ୍ରଥମ ଥର ପାଇଁ ଆମେ ଭାରତ ବାହାରେ ତାଜା କ୍ଷୀର ଲଞ୍ଚ କରୁଛୁ’; ବୋଲି ଜିସିଏମ୍‌ଏମ୍‌ଏଫ୍‌ ର ଏମ୍‌ଡି ଜୈନ ମେହେଟ୍ଟା କହିଛନ୍ତି।