ଆଜିଠାରୁ ଆରମ୍ଭ ହୋଇଯିବ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ମାସ । ନୂଆବର୍ଷରେ କିଛି ନୂଆ ନିୟମ ବି ଲାଗୁ ହୋଇଯିବ । ଏହି ନୂଆ ନିୟମ ଆପଣଙ୍କ ପକେଟ୍ ସହିତ ଆପଣଙ୍କ ଦୈନ୍ୟନ୍ଦିନ ଜୀବନ ଉପରେ ବି ପ୍ରଭାବ ପକାଇପାରେ । ତାହେଲେ ଆସନ୍ତୁ ଜାଣିବା ଡିସେମ୍ବର ମାସରେ କଣ କଣ ନିୟମରେ ସବୁ ପରିବର୍ତ୍ତନ ହେଉଛି ।ଡିସେମ୍ବର ମାସରେ ସିମ୍ କାର୍ଡ, ୟୁପିଆଇ ଆଇଡି, ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହ ଜଡିତ ନୂଆ ନିୟମ ଲାଗୁ ହୋଇଯିବ । ୧ ଡିସେମ୍ବରରେ ଦେଶରେ ସିମ୍ କାର୍ଡ କିଣିବା ଓ ବିକିବା ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଲୋକମାନେ ଗୋଟିଏ ଆଇଡିରେ ଏକ ସଙ୍ଗେ ବହୁ ସିମ୍ କାର୍ଡ କିଣିପାରୁଥିଲେ । କିନ୍ତୁ ଏବେ ୧ ଡିସେମ୍ବରରୁ ଆପଣ ଆଉ ଏହା କରିପାରିବେ ନାହିଁ । ଆପଣଙ୍କୁ କେବଳ ସୀମିତ ସଂଖ୍ୟାରେ ସିମ୍ କାର୍ଡ କିଣିବାକୁ ଅନୁମତି ମିଳିପାରିବ । ସେହିପରି ସିମ୍ କାର୍ଡ ବିକ୍ରୀ କରୁଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଓ ସିଷ୍ଟମରେ ସାମିଲ ହେବା ପୂର୍ବରୁ କେୱାଇସି ପ୍ରୋସେସ୍ ପୁରା କରିବାକୁ ହେବ ।ପ୍ରତି ମାସର ଆରମ୍ଭରେ ସରକାର ଏଲପିଜି ଗ୍ୟାସ୍ ସିଲିଣ୍ଡରର ନୂଆ ରେଟ୍ ନିର୍ଦ୍ଧାରିତ କରିଥାନ୍ତି ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post
Next Post