ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ ଜଣା ପଡିଛି। ସିଭିସି ଫ୍ରାଞ୍ଚାଇଜର ଏକ ଛୋଟିଆ ଶେୟାର ନିଜ ପାଖରେ ରଖି ଏବଂ ବଡ଼ ଅଂଶଧନ ବିକ୍ରି କରିବାକୁ ଚାହୁଁଛି।ତିନିବର୍ଷ ପୁରୁଣା ଗୁଜରାଟ ଟାଇଟାନ୍ସ ଫ୍ରାଞ୍ଚାଇଜର ମୂଲ୍ୟ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ହୋଇପାରେ। ୨୦୨୧ରେ ସିଭିସି ୫,୬୨୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିଲା। ଖବର ସମ୍ପର୍କରେ ଅବଗତ ଜଣେ ଅଧିକାରୀ କହିଛନ୍ତି, “୨୦୨୧ ମସିହାରେ ଆଇପିଏଲର ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହେବାର ସୁଯୋଗ ହାତଛଡ଼ା କରି ଉଭୟ ଆଦାନୀ ଏବଂ ଟୋରେଣ୍ଟ ଗୁଜୁରାଟ ଟାଇଟାନ୍ସର ଅଧିକାଂଶ ଅଂଶଧନ କିଣିବା ପାଇଁ ଦୃଢ ଆଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ସିଭିସି ପାଇଁ, ଫ୍ରାଞ୍ଚାଇଜରେ ଏହାର ଅଂଶଧନକୁ ମୁନାଫାରେ ପରିବର୍ତନ କରିବା ପାଇଁ ଏହା ଏକ ଭଲ ସୁଯୋଗ। ”ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଏବଂ ୟୁଏଇ-ବ୍ରଡ ଇଣ୍ଟରନ୍ୟାସନାଲ ଲିଗ୍ ଟି -୨୦ ରେ ଦଳ କିଣି ଗୌତମ ଆଦାନୀ ପୂର୍ବରୁ କ୍ରିକେଟ୍ ରେ ପୁଞ୍ଜି ବିନିଯୋଗ କରିସାରିଛନ୍ତି। ୨୦୨୩ ରେ, ଆଦାନୀ ଡବ୍ଲୁପିଏଲ୍ ର ଅହମ୍ମଦାବାଦ ଫ୍ରାଞ୍ଚାଇଜ୍କୁ ୧,୨୮୯ କୋଟି ଟଙ୍କାରେ କିଣିଥିଲେ।ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସିଓଓ ଅରବିନ୍ଦର ସିଂ କହିଛନ୍ତି ଯେ, “ପରବର୍ତ୍ତୀ ମିଡିଆ ଅଧିକାର ଆବଣ୍ଟନ ସମୟର ଫ୍ରାଞ୍ଚାଇଜ ଲାଭଦାୟକ ହେବ। ଏପରିକି ମୂଳ ଦଶ ଫ୍ରାଞ୍ଚାଇଜ୍ ଲାଭଜନକ ହେବା ପାଇଁ ଚାରି ରୁ ପାଞ୍ଚ ବର୍ଷ ସମୟ ନେଇଥିଲେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post