ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବା ୱି ସେମାନଙ୍କ ଟାରିଫ୍ ଦାମ୍ରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ଗତକାଲି ଜିଓ ଏହାର ଟାରିଫ୍ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍ ଗ୍ରାହକଙ୍କୁ ପ୍ରଭାବିତ କରିବ। ସେମାନଙ୍କୁ ମୋବାଇଲ୍ ରିଚାର୍ଜ କରିବା ବେଳେ ପକେଟ୍ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ।ଚଳିତ ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଛି। ସେଥିରୁ ରିଲାଏନ୍ସ ଜିଓ ପାଖରେ ସର୍ବାଧିକ ୧ କୋଟି ୫୩ ଲକ୍ଷ ୭ ହଜାର ୬୮୫ ଜଣ ଓ ଏୟାରଟେଲ୍ ପାଖରେ ଦ୍ବିତୀୟ ସର୍ବାଧିକ ୧ କୋଟି ୧୬ ଲକ୍ଷ, ୪୩ ହଜାର ୨୩୭ ଜଣ ମୋବାଇଲ୍ ଗ୍ରାହକ ରହିଛନ୍ତି। ଏହା ବ୍ୟତୀତ ବିଏସ୍ଏନ୍ଏଲ୍ର ୫୩ ଲକ୍ଷ ୪୦ ହଜାର ୯୮ ଜଣ ଓ ଭୋଡାଫୋନ୍ ଆଇଡିଆର ୧୪ ଲକ୍ଷ ୨୯ ହଜାର ୪୫୫ ଜଣ ଗ୍ରାହକ ରହିଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post