Xiaomi, Redmi ଏବଂ Pocoରେ ଭୟଙ୍କର ଭାଇରସ
ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି । ଯାହାର କାରଣ ଜୁଜର୍ସଙ୍କ ପର୍ସନାଲ ଡାଟା ହ୍ୟାକର୍ସଙ୍କ ହାତରେ ଲାଗିପାରେ । ସାଓମୀ, ରେଡମୀ ଏବଂ ପୋକୋ ଡିଭାଇସ ଆପ୍ଲିକେସନ ଏବଂ ସିଷ୍ଟମର ଆର୍ବଟରୀ ଫାଇଲ୍ସରେ ଏହି ୨୦ ଭୟଙ୍କର ଭାଇରସ ଦେଖିବାକୁ ମିଳିଛି । ସିକ୍ୟୁରିଟୀ ରିସର୍ଚ୍ଚରେ ୫ ଦିନରେ ୨୦ ଲୁପ ହୋଲ ଖୋଜାଯାଇଛି । ୨୫ ଏପ୍ରିଲ ଠାରୁ ନେଇ ସାଓମୀର ଏହି ଡିଭାଇସରେ ଏହି ଭାଇରସ ମିଳିଛି ।Oversecured ଦ୍ୱାରା ପବ୍ଲିସ କରାଯାଇଥିବା ଏକ ବ୍ଲଗରେ ସାଓମୀର ଡିଭାଇସରେ ଏହି ଭାଇରସକୁ ନେଇ ଦାବି କରାଯାଇଛି । ବ୍ଲଗ ମୁତାବକ Xiaomi, Redmi ଏବଂ Pocoର ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା MIUI ଏବଂ HyperOS ରେ ଏହି ସମସ୍ୟା ଦେଖିବାକୁ ମିଳିଛି । ସାଓମୀ ଚଳିତ ବର୍ଷର ଆରମ୍ଭରେ ନିଜ କଷ୍ଟମର୍ସ ଅପରେଟିଙ୍ଗ ସିଷ୍ଟମ MIUI କୁ HyperOSରେ ରିବ୍ରାଣ୍ଡ କରିଛନ୍ତି, ଯାହା Android 14 ଅପରେଟିଙ୍ଗ ସିଷ୍ଟମକୁ ସପୋର୍ଟ କରୁଛି ।ରିପୋର୍ଟ ମୁତାବକ ଏଥିରେ କିଛି ତ୍ରୁଟି ସାଓମୀର ଓପନ ସୋର୍ସ ପ୍ରୋଜେକ୍ଟ ଆପ୍ସରେ ଦେଖିବାକୁ ମିଳିଛି । ଯାହାକୁ ପ୍ୟାଚ କରିବାର ଆବଶ୍ୟକ । ଖାସ କଥା ହେଉଛି ସାଓମୀର ଡିଭାଇସେଜରେ ଥିବା ଏହି ଆପ୍ସକୁ ପ୍ୟାଚ କରିବା ପ୍ରକ୍ରିୟାରେ ଏହି ସିକ୍ୟୁରିଟିଜ ତ୍ରୁଟି ଗୁଡିକ ଦେଖିବାକୁ ମିଳିଛି ।