ଚଳିତ ବର୍ଷ ମେ’ ମାସରେ ଗାଡ଼ି ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କାର୍ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ପ୍ରବଳ ଗରମ କାରଣରୁ ସୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ ପାଇଥିଲା। ଗରମ ସାଙ୍ଗକୁ ନିର୍ବାଚନ ତାତି ଗାଡ଼ି ବିକ୍ରିକୁ ଆହୁରି ପ୍ରଭାବିତ କରିଥିଲା। ଗାଡ଼ି ଡିଲରଙ୍କ ସର୍ବଭାରତୀୟ ସଂଘ ଏଫ୍ଏଡିଏର ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ତୁଳନାରେ ମେ’ରେ ବିଭିନ୍ନ ପ୍ରକାର ଗାଡ଼ିର ବିକ୍ରି ହ୍ରାସ ପାଇଛି। ଏପ୍ରିଲ୍ରେ ମୋଟ ୨୨ ଲକ୍ଷ ୦୬ ହଜାର ୦୭୦ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ସେହି ସଂଖ୍ୟା ୨୦ ଲକ୍ଷ ୮୯ ହଜାର ୬୦୩କୁ ଖସିଆସିଛି। ସ୍କୁଟର, ବାଇକ୍, କାର୍ ଓ କମର୍ସିଆଲ୍ ଗାଡ଼ି ବିକ୍ରି କମିଛି। ଗତ ଏପ୍ରିଲ୍ରେ ୧୬ ଲକ୍ଷ ୪୩ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ତା’ଠାରୁ କମ୍ ଅର୍ଥାତ ୧୫ ଲକ୍ଷ ୩୪ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। ସେହିପରି ଏପ୍ରିଲ୍ରେ ୩ ଲକ୍ଷ ୩୫ ହଜାରରୁ ଅଧିକ କାର୍ ବିକ୍ରି ହୋଇଥିବା ବେଳେ ମେ’ରେ ୩ ଲକ୍ଷ ୩ ହଜାର କାର୍ ବିକ୍ରି ହୋଇଛି। କମର୍ସିଆଲ୍ ଗାଡ଼ି ବିକ୍ରି ୯୦,୭୦୭ରୁ ହ୍ରାସ ପାଇ ୮୩,୦୫୯ରେ ପହଞ୍ଚିଛି।ଏଫ୍ଏଡିଏର ସଭାପତି ମନିଷ ରାଜ ସିଂଘାନିଆ କହିଛନ୍ତି ଯେ ଡିଲର୍ମାନଙ୍କ କହିବାନୁସାରେ ମେ’ରେ ଯୋଗାଣରେ ସମସ୍ୟା ଥିଲା। କମ୍ପାନିଗୁଡ଼ିକ ତରଫରୁ ବ୍ୟାପକ ମାର୍କେଟିଂ କରାଯାଇନଥିଲା। ଲୋକସଭା ନିର୍ବାଚନ ଓ ଅତ୍ୟଧିକ ଗରମ ମଧ୍ୟ ବିକ୍ରିକୁ ପ୍ରଭାବିତ କରିଥିଲା। ଗ୍ରାମାଞ୍ଚଳରେ ଗାଡ଼ି ପାଇଁ ଚାହିଦା ରହିବାରୁ ସୋ’ରୁମ୍ଗୁଡ଼ିକରେ କୌଣସି ପ୍ରକାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାର୍ କ୍ଷେତ୍ରରେ ମଧ୍ୟ ନିର୍ବାଚନ ଓ ପ୍ରବଳ ଗରମ ବଡ଼ କାରଣ ଭାବେ ଉଭା ହୋଇଥିଲା।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post