ସାରା ଦେଶରେ ବର୍ଷ ୨୦୨୪କୁ ସ୍ୱାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ଛୋଟ ବଡ କମ୍ପାନୀରେ ବି ନୂଆବର୍ଷର ମାହୋଲ ଦେଖିବାକୁ ମିଳିଲାଣି । କିନ୍ତୁ ଅନଲାଇନ୍ ପେମେଣ୍ଟ ସର୍ଭିସ ପ୍ରଦାନ କରୁଥିବା ଲୋକପ୍ରିୟ କମ୍ପାନୀ Paytm ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଏହାର କର୍ମଚାରୀଙ୍କୁ ବଡ ଝଟକା ଦେଇଛି ।Paytm ର ପ୍ୟାରେଣ୍ଟ କମ୍ପାନୀ Paytm ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି ।Paytm କଷ୍ଟ କଟିଂ ଓ ଏହାର ବିଜନେସ୍କୁ ବ୍ୟବସ୍ଥିତ କରିବା ଲାଗି ଏହି ବଡ ପଦକ୍ଷେପ ନେଇଛି । ଏହା ସହିତ ସଂକେତ ଦେଇଛି କି ଆଗାମୀ ଦିନରେ ଏପରି ନିଷ୍ପତ୍ତି ଜାରି ରହିବ । ରିପୋର୍ଟ ଅନୁସାରେ ଏହି ଛଟେଇ ଆଗାମୀ କିଛି ମାସ ମଧ୍ୟରେ ହୋଇଛି ।ବିଜୟ ଶେଖର ବର୍ମାଙ୍କ କମ୍ପାନୀ Paytm ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା Paytmର ପ୍ରାୟ ୧୦% ୱାର୍କଫୋର୍ସ ପ୍ରଭାବିତ ହୋଇଛନ୍ତି । ଗତ କିଛି ସମୟ ଭିତରେ ଫିନଟେକ୍ କମ୍ପାନୀରେ ହୋଇଥିବା ବଡ ଛଟେଇରେ ଏବେ Paytmର ନାମ ସାମିଲ ହୋଇଯାଇଛି । ତେବେ Paytmର ଏହି ଛଟେଇ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ କମ୍ପାନୀର ଲୋନ୍ ବିଜନେସ୍ ସହ ଜଡିତ ବିଭାଗ ଉପରେ ପଡିଛି ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post