୬୦ ଟଙ୍କାରେ ଭାରତ ବୁଟ ଡାଲି

ଭୁବନେଶ୍ବର:୬୦ ଟଙ୍କାରେ ଭାରତ ବୁଟ ଡାଲି ମିଳିବ ।  ୧୪୦ ଟଙ୍କାରେ ପହଞ୍ଚିଛି ବୁଟ ଡାଲିର ଦର। ଏଥିପାଇଁ ରାଜ୍ୟର ୭ଟି ସହରରେ ନାଫେଡ୍‌ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ଜରିଆରେ ୬୦ ଟଙ୍କାରେ ଭାରତ ବୁଟ ଡାଲି ବିକ୍ରି କରାଯାଉଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ରାହକ ଏହାର ଲାଭ ନେବା ପାଇଁ ନାଫେଡ୍‌ର ଭାବ୍ୟା ଆନନ୍ଦ ଅନୁରୋଧ କରିଛନ୍ତି। ନାଫେଡ୍‌ର ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗୀର, ମାଲକାନଗିରିରେ ୧୫ଟି ଭ୍ରାମ୍ୟମାଣ ଗାଡ଼ି ଏବଂ କଟକରେ ଥିବା ଗୋଟିଏ ରିଟେଲ୍‌ ଦୋକାନରେ ଭାରତ ବୁଟ ଡାଲି ବିକ୍ରି କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୭୯୫ ମେଟ୍ରିକ ଟନ୍‌ର ବୁଟଡାଲି ବିକ୍ରି କରାଯାଇଛି। ଏଥିରେ ବ୍ୟକ୍ତି ପିଛା ସର୍ବାଧିକ ୫ କେଜି ଲେଖାଏଁ ଡାଲି ନେଇ ପାରୁଛନ୍ତି। ୩୦ କେଜି ଡାଲି କିଣିବା ପାଇଁ ୧୬୫୦ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ ଅଧିକ ଡାଲି କିଣିଲେ କେଜି ପ୍ରତି ୫୫ ଟଙ୍କା ଦେବାକୁ ପଡ଼ିବ।