ମହଙ୍ଗା ହେଲା ମଦର ଡାଏରୀ କ୍ଷୀର : ଜାଣନ୍ତୁ କେତେ ବଢ଼ିଲା ରେଟ୍?

mother-dairy-milk

ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨) :

ଅମୂଲ ପକ୍ଷରୁ କ୍ଷୀରର ଦାମ୍ ବଢ଼ିବା ପରେ ଏବେ ମଦର ଡାଏରୀ କ୍ଷୀର ମଧ୍ୟ ମହଙ୍ଗା ହୋଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଦିଲ୍ଲୀ ଏନସିଆରରେ କ୍ଷୀରର ଦାମରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ମୂଲ୍ୟ ରବିବାର ରାତିରୁ ଲାଗୁ ହେବ । ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଚାଷୀଙ୍କ ଖର୍ଚ୍ଚ, ତେଲର ମୂଲ୍ୟ ଏବଂ ପ୍ୟାକେଜିଙ୍ଗ ସାମଗ୍ରୀର ମୂଲ୍ୟ ମହଙ୍ଗା ହେବାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି ।

ମାର୍ଚ୍ଚ ୬ ରୁ ନୂଆ ମୂଲ୍ୟ ଲାଗୁ ହେବ । ପ୍ରତ୍ୟେକ ପ୍ରକାରର କ୍ଷୀର ଉପରେ ନୂଆ ମୂଲ୍ୟ ଲାଗୁ ହେବ । ଏହାପୂର୍ବରୁ ଅମୂଲ ଏବଂ ପରାଗ ଡାଏରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । କମ୍ପାନୀ କହିଛି ଯେ ଉତ୍ପାଦନ ମୂଲ୍ୟ ବଢ଼ିବା ପରେ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି ।